କନକ ବ୍ୟୁରୋ: ବନ୍ଧା ହେଲା ଶାରଳା ମନ୍ଦିର ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ । କେନ୍ଦୁଝରରୁ ଗିରଫ ହେଲା ଅଭିଯୁକ୍ତ ଋଷି ମହାନ୍ତି । ତାଙ୍କ ନିକଟରୁ ୧ ଲକ୍ଷ ୮୫ହଜାର ଟଙ୍କା ଜବତ ହୋଇଛି । କେନ୍ଦୁଝରର ସଦର ଥାନା ଅନ୍ତର୍ଗତ କେରି ଗାଁର ବାସିନ୍ଦା ଋଷି ମହାନ୍ତି ।

Advertisment

ଗତ ୧୩ ତାରିଖରେ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଭାଙ୍ଗି ଚୋରି ଖବର ସାମ୍ନାକୁ ଆସିଥିଲା । ସୌନ୍ଦର୍ଯ୍ୟକରଣ କାମ ଚାଲିଥିବା ବେଳେ କେତେକ ସ୍ଥାନରେ ଭଙ୍ଗାଭଙ୍ଗି ହୋଇଥିଲା । ଯାହାର ସୁଯୋଗ ନେଇ ମନ୍ଦିରରେ ପଶି ଲୁଟି ନେଇଥିଲା ଟଙ୍କା । ତେବେ ଘଟଣାର ୫ ଦିନ ପରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଜଗତସିଂହପୁର ପୋଲିସ ।