ସରିଲା ଅଭିଯୁକ୍ତ ଗୋପାଳର ରିମାଣ୍ଡ ଅବଧି: ଶେଷ ଦିନରେ କ୍ରାଇମବ୍ରାଞ୍ଚକୁ କହିଲା ସତ

1,797

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ୪ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି । ରିମାଣ୍ଡର ଶେଷ ଦିନରେ ଗୋପାଳ କ୍ରାଇମବ୍ରାଂଚକୁ ବହୁ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ଜଣାପଡିଛି । ସୂଚନା ଅନୂୁସାରେ ତିନି ଦିନ କ୍ରାଇମବ୍ରାଂଚ ଏଡିଜି ଜେରା କରିବାବେଳେ ଗୋପାଳ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । ଯାହାକୁ ଆଧାର କରି ତଦନ୍ତ କରୁଛନ୍ତିି ତଦନ୍ତକାରୀ ଟିମ୍ । ଗୋପାଳର କଥା ଅନୁସାରେ ପାଇଖାନା ଟାଙ୍କି ଖୋଳି ଚିରା ଚିଠି ବାହାର କରିଥିଲା । ଗତକାଲି ଗୋପାଳ ରହୁଥିବା ସରକାରୀ କ୍ୱାଟର୍ସକୁ ଯାଇ ଯାଂଚ କରିଥିଲା । ତଥାପି ଆହୁରି ଅନେକ ତଥ୍ୟ ରହସ୍ୟରେ ରହିଥିବାରୁ ପୁଣି ଗୋପାଳଙ୍କୁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଂଚ ଯୋଜନା କରୁଛି । ଗତ ୧ ତାରିଖରୁ ଗୋପାଳଙ୍କୁ ରିମାଣ୍ଡରେ ଆଣିଥିଲା କ୍ରାଇମ୍ବ୍ରାଂଚ । ରିମାଣ୍ଡ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଂଚ । ହେଲେ ଏଯାଏଁ ହତ୍ୟାର କାରଣ କ’ଣ ତାହା ଜଣାପଡ଼ିନାହିଁ । ସେହିପରି ଗୋପାଳ ଦାସଙ୍କୁ କ୍ରାଇମ୍ସ୍ପଟ୍କୁ ନେଇ କ୍ରାଇମ୍ସିନ୍ ରିକ୍ରିଏସନ୍ କରିପାରେ କ୍ରାଇମ୍ବ୍ରାଂଚ । ଗୋପାଳଙ୍କ ଲିଙ୍କରେ ଯେଉଁମାନେ ରହିଛନ୍ତି ସମସ୍ତଙ୍କୁ ତଦନ୍ତ କରିସରଭୁକ୍ତ କରାଯାଉଛି ।