ପୁଣି ୫ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଗୋପାଳ। ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ନେଇ ପ୍ରକ୍ରିୟା ଆରମ୍ଭ।

ପୁଣି ୫ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଗୋପାଳ। ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ନେଇ ପ୍ରକ୍ରିୟା ଆରମ୍ଭ।

କନକ ବ୍ୟୁରୋ:ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସର ହେବ ନାର୍କୋ ଟେଷ୍ଟ । ଗୋପାଳର ନାର୍କୋ, ପଲିଗ୍ରାଫ ଟେଷ୍ଟ କରିବା ପାଇଁ ଅନୁମତି ଦେଇଛନ୍ତି ଝାରସୁଗୁଡା ଏସଡିଜେଏମ୍ କୋର୍ଟ । ଏହାସହ ଗୋପାଳର ରିମାଣ୍ଡ ଅବଧି ଆହୁରି ୫ଦିନ ବଢାଇଛନ୍ତି କୋର୍ଟ । ତୃତୀୟ ପର୍ଯ୍ୟାୟରେ ଗୋପାଳକୁ ୫ଦିନିଆ ରିମାଣ୍ଡରେ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ । ଆଉ ଏହି ସମୟରେ ଗୋପାଳ ମୁହଁରୁ ସତ ଓଗାଳିବା ପାଇଁ ତାର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରାଯିବ ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୦ଦିନ ପୂରଣ ହୋଇଥିଲେ ବି ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ଭିନ୍ନ ଭିନ୍ନ କାହାଣୀ କହି ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରୁଛି ଅଭିଯୁକ୍ତ ଗୋପାଳ । ସତକୁ ଲୁଚାଇବା ପାଇଁ ତଦନ୍ତକୁ ଗୋଲ ଗୋଲ ବୁଲାଉଛି । ହେଲେ ଏବେ ହତ୍ୟାକାଣ୍ଡର ସତ ସାମ୍ନାକୁ ଆସିବ । ନାର୍କୋ ଓ ପଲିଗ୍ରାଫି ଟେଷ୍ଟରେ ପୂରା ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଆଶା କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ଗୁଜରାଟରେ ହେବ ନାର୍କୋ ଟେଷ୍ଟ । ଏଥିପାଇଁ ଝାରସୁଗୁଡାରୁ ଭାୟା କୋଲକାତା ଦେଇ ଅହମ୍ମଦାବାଦ ଅଭିମୁଖେ ଗୋପାଳକୁ ନିଆଯାଉଛି । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୩ଦିନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ନେଇ ତଦନ୍ତ କରିଛି କ୍ରାଇମ୍ବ୍ରାଞ୍ଚ । ହେଲେ ଏଥିରୁ ହତ୍ୟାକାଣ୍ଡର ରହସ୍ୟ ଭେଦିବାକୁ ସକ୍ଷମ ହୋଇନି ତଦନ୍ତକାରୀ ଦଳ । ଏବେ ନାର୍କୋଟେଷ୍ଟରୁ ହୁଏତ ସତ ପଦାକୁ ଆସିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe