କନକ ବ୍ୟୁରୋ : ଝାରସୁଗୁଡା ଉପକାରାଗାର ଗଲା ଅଭିଯୁକ୍ତ ଗୋପାଳ ଦାସ । ୧୬୪ ଧାରାରେ ବୟାନ ରେକର୍ଡ କରାଯିବା ସହ ପୂରା ଘଟଣାର ଭିଡିଓଗ୍ରାଫି କରାଯାଇଛି । କ୍ରାଇମବ୍ରାଞ୍ଚ ଅଧିକ ରିମାଣ୍ଡ ନେଇ କୌଣସି ଆବେଦନ ନକରିବା ପରେ ଝାରସୁଗୁଡ଼ା ଉପକାରାଗାରକୁ ସ୍ଥାନାନ୍ତର କରି ଦିଆଯାଇଛି । ଅଭିଯୁକ୍ତ ଗୋପାଳର ସୁରକ୍ଷା ଦୃଷ୍ଟିରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରିବା ପାଇଁ ଜେଲ ବିଭାଗ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି ।

Advertisment

ଏହା ପରେ ଗୋପାଳକୁ ଚୌଦ୍ୱାର ଜେଲ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେପଟେ ଆସନ୍ତା ସପ୍ତାହରେ କୋର୍ଟରେ ଦାଖଲ ହୋଇପାରେ ନାର୍କୋ ଟେଷ୍ଟ ରିପୋର୍ଟ । ନାର୍କୋ ଟେଷ୍ଟ ରିପୋର୍ଟରେ କ’ଣ ରହିଛି । ଗୋପାଳ ତାର ବୟାନରେ କ’ଣ କହିଛି, ତାହା ଆସନ୍ତା ସପ୍ତାହରେ ଜଣାପଡ଼ିବ । ବର୍ତ୍ତମାନ ସୁଦ୍ଧା ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟାଇ ପାରିନାହାନ୍ତି । ହେଲେ କେଉଁ କାରଣ ପାଇଁ ଗୋପାଳ ଏପରି କାଣ୍ଡ ଘଟାଇଲା ତାହା ନାର୍କୋ ଟେଷ୍ଟ ରିପୋର୍ଟରେ ଉଲ୍ଲେଖ ଥିବା କୁହାଯାଉଛି ।