କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କର ହେଲା ବୟାନ ରେକର୍ଡ଼ । ସବେଜେଲରୁ ଆଣି ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଧାରା ୧୬୪ରେ ଅଭିଯୁକ୍ତ ଗୋପାଳର ବୟାନ ରେକର୍ଡ଼ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ଼ର ଭିଡ଼ିଓଗ୍ରାଫି ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର ହେବା ପରେ ତାଙ୍କୁ ଜେଲ ପଠାଯାଇଥିଲା । କଡାସୁରକ୍ଷା ବଳୟ ଭିତରେ ଗୁଜରାଟରୁ ଆସିବାପରେ ଗୋପାଳଙ୍କୁ ହାଜର କୋର୍ଟରେ ହାଜର କରାଯାଇଥିଲା । ଏହା ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଆଜି ଗୋପାଳର ତୃତୀୟ ପାର୍ଯ୍ୟାୟ ରିମାଣ୍ଡ ଅବଧିର ଶେଷ ଦିନ ଥିଲା ।

Advertisment

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ବାବଦରେ କ୍ରାଇମବ୍ରାଞ୍ଚ ଦିନକୁ ଦିନ ନୂଆ ନୂଆ ତଥ୍ୟର ସାମ୍ନା କରୁଛି । ଗୋପାଳ ସାର୍ପ ସୁଟର ଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ତେଣୁ ମନ୍ତ୍ରୀଙ୍କୁ ସଠିକ୍ ଗୁଳିମାଡ଼ କରି ଜୀବନ ନେଇଯାଇଥିଲା ଗୋପାଳ । ପୂର୍ବରୁ ପୁଲିସ ବିଭାଗରେ ଅନୁଷ୍ଟିତ ହୋଇଥିବା ବନ୍ଧୁକ ଚାଳନାରେ ସେ ଉତ୍ତମ ପ୍ରଦର୍ଶନ କରିଥିଲେ । ଗତବର୍ଷ ଡିସେମ୍ବର ମାସରେ ଜିଲ୍ଲା ପୁଲିସ ପକ୍ଷରୁ ତାଙ୍କୁ ଏନେଇ ପୁରସ୍କୃତ ମଧ୍ୟ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏସବୁ ଜାଣିବା ପରେ ଜିଲ୍ଲା ପୋଲିସକୁ ଏସବୁ ରେକର୍ଡ଼ ପ୍ରଦାନ କରିବାକୁ କହିଛି ।