କନକ ବ୍ୟୁରୋ : ନବ ଦାସ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି । ଭିସି ଯୋଗେ ହାଜର ହୋଇଛି ଅଭିଯୁକ୍ତ ଗୋପାଳ ଦାସ । ଚୌଦ୍ୱାରରୁ ଭିସି ଯୋଗେ ହାଜର ହେଲେ ଗୋପାଳ । ପ୍ରଥମ ଦିନରେ ୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ସରକାରୀଙ୍କ ଓକିଲ ସୂଚନା ଦେଇଛନ୍ତି ।
ନବ ଦାସଙ୍କ ହତ୍ୟା ମାମଲାରେ ଗତମାସରେ ଗୋପାଳ ଦାସ ବିରୋଧରେ ଚାର୍ଜଫ୍ରେମ ହୋଇଥିଲା । କ୍ରାଇମବ୍ରାଂଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ଆଧାରରେ ଗୋପାଳ ବିରୋଧରେ ଚାର୍ଜଫ୍ରେମ ହୋଇଥିଲା । ଏବଂ ପରବର୍ତି ଶୁଣାଣି ପାଇଁ ଆଜିର ଦିନ ଧାର୍ଯ୍ୟ କରିଥିଲେ କୋର୍ଟ
ନବ ଦାସ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ । ଭିସି ଯୋଗେ ହାଜର ହେଲେ ଅଭିଯୁକ୍ତ ଗୋପାଳ ଦାସ
/kanak/media/post_attachments/wp-content/uploads/2023/10/6-4.jpg)