ମାହାଙ୍ଗା ମର୍ଡର କେସ: ହତ୍ୟା କରିଥିବା ନେଇ ସ୍ୱୀକାର କଲା ପଞ୍ଚାନନ । କୋର୍ଟ ଚାଲାଣ ବେଳେ ଅଭିଯୁକ୍ତର ସ୍ୱୀକାରୋକ୍ତି ।

Advertisment
ମାହାଙ୍ଗା ମର୍ଡର କେସ: ହତ୍ୟା କରିଥିବା ନେଇ ସ୍ୱୀକାର କଲା ପଞ୍ଚାନନ । କୋର୍ଟ ଚାଲାଣ ବେଳେ ଅଭିଯୁକ୍ତର ସ୍ୱୀକାରୋକ୍ତି ।

କନକ ବ୍ୟୁରୋ : ମାହାଙ୍ଗା ମର୍ଡର କେସରେ ହତ୍ୟା କରିଥିବା ନେଇ ସ୍ୱୀକାର କଲା ଅଭିଯୁକ୍ତ ପଞ୍ଚାନନ । କୋର୍ଟ ଚାଲାଣ ବେଳେ ଅଭିଯୁକ୍ତର ସ୍ୱୀକାରୋକ୍ତି । ପୂର୍ବରୁ କୁଳମଣି ଓ ତାଙ୍କୁ ଆକ୍ରମଣ କରିଥିଲେ । ତେଣୁ ଆମେ ତାଙ୍କୁ ଆକ୍ରମଣ କଲୁ ବୋଲି ଅଭିଯୁକ୍ତ କହିଛି ।

ମାହାଙ୍ଗା ଡବଲ ମର୍ଡରରେ ଏଯାଏଁ ୫ ଜଣଙ୍କୁ ଗିରଫ କରିସାରିଲାଣି ପୋଲିସ । ଏହାସହ ଗିରଫ ପରେ ମୁଖ୍ୟ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇ କ୍ରାଇମର ରିକ୍ରିଏସନ କରିଛି ପୋଲିସ । କୁଳମଣି ବରାଳକୁ ପୂର୍ବ ଶତ୍ରୁତା ଯୋଗୁଁ ହତ୍ୟା କରାଯାଇଛି ବୋଲି କୁହାଯାଇଛି ।

ଯଁକୋଟୀ ଗ୍ରାମରୁ କୁଳମଣି ଓ ଦିବ୍ୟସିଂହ ବାଇକରେ ସଂଧ୍ୟା ପ୍ରାୟ ୭ଟା ପାଖାପାଖି ସମୟରେ ନୁର୍ତ୍ତାଙ୍ଗସ୍ଥିତ ସେମାନଙ୍କ ଘରକୁ ଫେରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ସେମାନେ ତାଙ୍କୁ ଅତର୍କିତ ଭାବରେ ଠେଙ୍ଗା, ପଥର ଓ ଖଣ୍ତାରେ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ସେଠାରେ ଲହୁଲୁହାଣ ହୋଇ ପଡିଯିବା ପରେ ସେମାନେ ନଈ ବନ୍ଧ ଓ ଡଗରାସାହି ରାସ୍ତା ଦେଇ ଫେରାର ହୋଇଯାଇଥିଲେ। ହତ୍ୟାକାଣ୍ତରେ ବ୍ୟବହୃତ ଖଣ୍ତାକୁ ଯଁକୋଟି ନୂଆ ପୋଲ ନିକଟସ୍ଥ ସୁକନଈ ବନ୍ଧର ଏକ ବେଣାମୂଳରେ ଲୁଚାଇ ଦେଇଥିଲେ। ହତ୍ୟାକାଣ୍ଡ ପୂର୍ବରୁ ସେମାନେ ଖୁଣ୍ଟରୁ ଲାଇଟ୍ କାଟି ଦେବା ପାଇଁ ଏକ ପ୍ଲାସରେ ତାର କାଟି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe