ଫେରାର ନୂଆ ବାହାନା ‘ପାଇଖାନା’ ! ଆଇସିୟୁ ବେଡରେ ପଡିଥିଲା ହାତକଡି । ପାଇଖାନା ବାହାନା କଲା, ପୋଲିସ ଆଖି ଆଗରୁ ଚମ୍ପଟ ମାରିଲା ଚାଲାକ ଚୋର ।

459

କନକ ବ୍ୟୁରୋ: ଆଇସିୟୁରୁ ଚମ୍ପଟ ହେଲା ଚୋର । କଟକ ବଡ ମେଡିକାଲ ସେଣ୍ଟ୍ରାଲ ଆଇସିୟୁରୁ ଚମ୍ପଟ ମାରିଲା ଚୋର । ପାଇଖାନା ଯିବା ବାହାନା କରି ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଗଲା ଚାଲାକ ଚୋର । ତେବେ ଗତକାଲି ରାତିରେ ପାଇଖାନା ଯିବାକୁ କହି ଚୋର ଖସି ଯାଇଥିଲା । ଆଇସିୟୁ ବେଡରେ ହାତକଡି ଝୁଲୁଥିବା ବେଳେ ଚୋର ବେଡ ଉପରେ ନଥିଲା ।

ତେବେ ଗତ ୪ ତାରିଖ ଦିନ ମଦ ଦୋକାନରୁ ଚୋରି ଅଭିଯୋଗରେ ଆଲୋକ ସାହୁକୁ ଗିରଫ କରିଥିଲା ପୋଲିସ । ଜଗତସିଂହପୁର ରଘୁନାଥପୁର ଅଞ୍ଚଳର ଏକ ମଦ ଦୋକାନରୁ ଚୋରି କରିଥିବା ଅଭିଯୋଗରେ ଗିରଫ କରି ଥାନାରେ ରଖିଥିଲା ପୋଲିସ । ତେବେ ଥାନାର ଫାଇଖାନା ଘରେ ଫିନାଇଲ ପିଇ ଅଭିଯୁକ୍ତ ଗୁରୁତର ହୋଇଥିଲା । ଆଉ ପରେ ଆଲୋକକୁ ଏସସିବି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗତକାଲି ରାତିରେ ଅଭିଯୁକ୍ତ ପରିସ୍ରା ଯିବା ବାହାନାରେ ଫେରାର ହୋଇଯାଇଥିଲା ।

ସେପଟେ ଆଇସିୟୁ ଆଗରେ ପୋଲିସ ଥିବା ବେଳେ ଚକମା ଦେଇ ତୋର କେମିତି ଫେରାର ହୋଇଗଲା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଥିବା ବେଳେ । ଇତି ମଧ୍ୟରେ ଫେରାର ଚୋର ଧରାପଡିଥିବା ସୂଚନା ମିଳିଛି ।

ଆଇସିୟୁରୁ ଫେରାର ଥିବା ଅଭିଯୁକ୍ତ ଆଲୋକ ସାହୁ ଧରାପଡିଛି । ପିଠାପୁର ଅଞ୍ଚଳରୁ ଅଭିଯୁକ୍ତକୁ ଧରିଛି ପୋଲିସ । ତେବେ ଧରାପଡିବା ପରେ ଅଭିଯୁକ୍ତ କହିଛି କି ମୁଁ ଫେରାର ହୋଇନଥିଲି । ମତେ ପୋଲିସ ବାଡେଇଲା ଆଉ ପଳାଇବାକୁ କହିଲା । ସେପଟେ ଅଭିଯୁକ୍ତ ଆଲୋକର ବାପା କୋର୍ଟରେ କେସ କରିବେ ବୋଲି ମିଡିଆ ଆଗରେ କହିଛନ୍ତି ।