ଭଉଣୀକୁ ହତ୍ୟା ପରେ ଅଭିଯୁକ୍ତର ମୃତ୍ୟୁ ; ରାକ୍ଷୀରେ ୧୩ ବର୍ଷର ସମ୍ପର୍କୀୟ ଭଉଣୀକୁ ଖଣ୍ଡାରେ ହାଣି ହତ୍ୟା କରିଥିଲା ସୈତାନ ଭାଇ ।

ଭଉଣୀକୁ ହତ୍ୟା ପରେ ଅଭିଯୁକ୍ତର ମୃତ୍ୟୁ ; ରାକ୍ଷୀରେ ୧୩ ବର୍ଷର ସମ୍ପର୍କୀୟ ଭଉଣୀକୁ ଖଣ୍ଡାରେ ହାଣି ହତ୍ୟା କରିଥିଲା ସୈତାନ ଭାଇ ।

କନକ ବ୍ୟୁରୋ: ଦଣ୍ଡ ଦେଲେ ଭଗବାନ। ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀଙ୍କୁ ହତ୍ୟା କରିବା ପରେ ଦୁର୍ଘଟଣାରେ ଚାଲିଗଲା ଭାଇର ଜୀବନ । ଗତକାଲି ବ୍ରହ୍ମପୁର ବଡ଼ବଜାର ଥାନା ଜଗନ୍ନାଥବିହାର ଅଞ୍ଚଳରେ ୧୩ ବର୍ଷର ସମ୍ପର୍କୀୟ ଭଉଣୀକୁ ଖଣ୍ଡାରେ ହାଣି ହତ୍ୟା କରିଥିଲା ସୈତାନ ଭାଇ ଆଶୁତୋଷ ପାଣିଗ୍ରାହୀ। ଆଶୁତୋଷ ତାଙ୍କ ସମ୍ପର୍କୀୟ ଭାଇ, ଭଉଣୀଙ୍କୁ ଛୁରା ମାଡ଼ କରି ଫେରାର ବେଳେ ହିଞ୍ଜିଳି କାଟୁ ନିକଟରେ ଦୁର୍ଘଟଣା ଶିକାର ହୋଇଥିଲେ। ପରେ ତାଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଆଜି ତାଙ୍କର ଜୀବନ ଯାଇଛି।

ଘରର ଉପର ମହଲାରେ ମୃତ ପ୍ରଜକ୍ତା ପାଣିଗ୍ରାହୀ ଓ ତାଙ୍କ ଭାଇ ଥିବା ବେଳେ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ତେବେ ଆକ୍ରମଣର କାରଣ ଜଣାପଡ଼ିନଥିବାବେଳେ ଅଭିଯୁକ୍ତ ଭାଇର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe