କନକ ବ୍ୟୁରୋ: ଭୁବନେଶ୍ୱରରେ ମାଲିକାଣିକୁ ହତ୍ୟା ମାମଲା । ଅଭିଯୁକ୍ତ କାଠ ମିସ୍ତ୍ରୀକୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ମୃତ ମହିଳାଙ୍କ ସ୍ୱାମୀଙ୍କ ଦୋକାନରେ କାମ କରୁଥିଲା ଅଭିଯୁକ୍ତ ନନ୍ଦ କିଶୋର ଓଝା । ଏକତରଫା ପ୍ରେମ କରି ବିଫଳ ହେବାରୁ ମଙ୍ଗଳାବାର ସନ୍ଧ୍ୟାରେ ମହିଳାଙ୍କୁ ହତ୍ୟା କରିଥିଲା । ନନ୍ଦ କିଶୋରକୁ ଗିରଫ କରିବା ପରେ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ କରୁଛି ପୋଲିସ । ମାଲିକାଣିଙ୍କୁ କିଭଳି ହତ୍ୟା କରିଥିଲା ପୋଲିସକୁ ତାର ଡେମୋ ଦେଖାଉଛି ଅଭିଯୁକ୍ତ ।