କନକ ବ୍ୟୁରୋ : ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ମାରାଥନ ରେଡ । ଛାତ୍ର ବେଶରେ ଯାଇ ଗଞ୍ଜେଇ ଧରିଲା ଅବକାରୀ ବିଭାଗ । ଆପୋଲ ହସ୍ପିଟାଲ ନିକଟ ବିଶେଶ୍ୱର ବସ୍ତିରେ ଚଢାଉ ବେଳେ ୫ ହଜାରରୁ ଅଧିକ ଗଞ୍ଜେଇ ସିଗାରେଟ୍ ଜବତ କରାଯାଇଛି । ଏଥିସହ ୨୪ କିଲୋ ଗଞ୍ଜେଇ ମଧ୍ୟ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।

Advertisment

ଗତ କିଛି ଦିନ ହେବ ବସ୍ତିରେ ଗଞ୍ଜେଇ କାରବାର ନେଇ ଅଭିଯୋଗ ଆସୁଥିଲା । ଖବର ମିଳିବା ପରେ ଆକ୍ସନ ମୋଡକୁ ଆସିଛି ଅବକାରୀ ବିଭାଗ । ଆଗକୁ ନିଶା ବେପାର ବିରୋଧରେ କଡା କାଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ ଥାନା ଅଧିକାରୀ ବିକାଶ ନାୟକ ଚେତାବନୀ ଦେଇଛନ୍ତି ।