ବ୍ରହ୍ମପୁର ଏଟିଏମ୍ ଭ୍ୟାନ୍ ଲୁଟ୍ ଘଟଣାର ପର୍ଦ୍ଦାଫାଶ । ଲୁଟେରା ଡ୍ରାଇଭର ଆକାଶ ଦିଗାଲଙ୍କ ସହ ଅନ୍ୟ ୨ ଅଭିଯୁକ୍ତ ଗିରଫ, ମାଟି ତଳୁ ୨୦ ଲକ୍ଷ ଟଙ୍କା ଉଦ୍ଧାର କଲା ପୁଲିସ ।

215

କନକ ବ୍ୟୁରୋ : ଗତ ୧୮ ତାରିଖରେ ବଡ଼ ବଜାର ଥାନା ଅର୍ନ୍ତଗତ ଏକ୍ସିସ ବ୍ୟାଙ୍କ ନିକଟରେ ଥିବା ଏଟିଏମ ଭ୍ୟାନ ଲୁଟ ହୋଇଥିଲା । ପରେ ପୋଲିସ ଗିରିସୋଲା ନିକଟରୁ ଭ୍ୟାନ ଓ ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରିଥିଲା । କିନ୍ତୁ ପୁଲିସ ଖୋଳତାଡ କରିବା ପରେ ଜଣାପଡ଼ିଛି ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ଡ୍ରାଇଭର । ଆଜି ଡ୍ରାଇଭର ଓ ତାଙ୍କ ୨ ଜଣ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଏହା ସହ ୨୦ ଲକ୍ଷ ୯୦ ହଜାର ଟଙ୍କା ଜବତ କରାଯାଇଛି ।

ଗଲା ୧୯ ତାରିଖରେ କେମିତି ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳର ଏକ୍ସିସ ବ୍ୟାଙ୍କ ଆଗରୁ ଏଟିଏମ ଭ୍ୟାନକୁ ଅପହରଣ କରାଗଲା । କେମିତି ଟଙ୍କା ନେଇଗଲେ ଦୁର୍ବୃତ, ଏନେଇ ଅଭିଯୋଗ କରୁଥିଲେ ଭ୍ୟାନ ଡ୍ରାଇଭର । ହେଲେ ପୁଲିସ ଖୋଳତାଡ କରିବା ପରେ ଡ୍ରାଇଭର ହିଁ ପୁରା ଲୁଟର ମାଷ୍ଟର ମାଇଣ୍ଡ ବୋଲି ଜଣାପଡିଛି । ଏହି ଘଟଣାରେ ଡ୍ରାଇଭର ଓ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ବ୍ରହ୍ମପୁରରୁ ଏଟିଏମ ଭ୍ୟାନ୍ ଲୁଟର ପର୍ଦ୍ଦଫାସ । ମୁଖ୍ୟ ଅଭିଯୁକ୍ତ ସାଜିଥିଲା ଅଭିଯୋଗକାରୀ । ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଏକ୍ସିସ ବ୍ୟାଙ୍କ ଆଗରୁ ଅପହୃତ ଏଟିଏମ୍ ଭ୍ୟାନକୁ ଗିରିଶୋଲା ନିକଟରୁ ଠାବ କରିଥିଲା ପୁଲିସ । ଆଉ ପ୍ରଥମରୁ ହିଁ ଭ୍ୟାନ ଡ୍ରାଇଭର ଉପରେ ପୁଲିସ ପ୍ରଥମରୁ ହିଁ ସନ୍ଦେହ କରିଥିଲା । ଆଉ ପୁଲିସର ଜେରାରେ ସତ ଓଗାଳିଛି ଆକାଶ ଦିଗାଲ । କହିଛି ନିଜେ ଭ୍ୟାନକୁ ଗିରିଶୋଲା ଆଡକୁ ନେଇଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ୨ ସହଯୋଗୀ ବାଇକରେ ପହଂଚିବା ପରେ ସାଙ୍ଗରେ ଆଣିଥିବା ନିଶା ସ୍ପ୍ରେ କରି ଅଚେତ ହୋଇଯାଇଥିଲା ।

ଏଟିଏମରେ ଟଙ୍କା ଭର୍ତି କରୁଥିବା ଭ୍ୟାନରୁ ୨୪ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତଙ୍କ ସୂଚନା ଆଧାରରେ ପୋଲିସ ଫୁଲବାଣୀ ସାରଙ୍ଗ ଗଡ଼ ଗାଁକୁ ଯାଇ ମାଟିରେ ପୋତା ହୋଇଥିବା ଏକ ପ୍ଲାଷ୍ଟିକ ଜାରରୁ ୨୦ ଲକ୍ଷ ୯୦ ହଜାର ଟଙ୍କା ଉଦ୍ଧାର କରିଛି ।