କନକ ବ୍ୟୁରୋ : ଶ୍ରଦ୍ଧା ହତ୍ୟାକାଣ୍ଡରେ ଶନିବାର ଦିଲ୍ଲୀ ସାକେତ କୋର୍ଟ ଅପରାଧୀ ଅଫତାବ ଆମିନ ପୁନାୱାଲଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି । ଅପରାଧୀକୁ ତିହାର ଜେଲକୁ ପଠାଯାଇପାରେ । ଅଫତାବର ପଲିଗ୍ରାଫ୍ ଟେଷ୍ଟ ସରିଥିବା ବେଳେ ନଭେମ୍ବର ୨୮ ତାରିଖରେ ନାର୍କୋ ଟେଷ୍ଟ ହେବ ବୋଲି ସୂଚନା ମିଳିଛି । ଏପଟେ ଦିନକୁ ଦିନ ଏହି ମାମଲାରେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି । ଅଭିଯୁକ୍ତ ଅଫତାବ ପୁନାୱାଲା କଳା କାରନାମାର ଗୁମର ଖୋଲିବାରେ ଲାଗିଛି । ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ ଜଣେ ମହିଳା ଡାକ୍ତରଙ୍କ ସହ ଡେଟ୍ କରୁଥିବା ଦିଲ୍ଲୀ ପୁଲିସ ଜାଣିବାକୁ ପାଇଛି ।

Advertisment

ଶ୍ରଦ୍ଧାଙ୍କ ଶରୀର ଖଣ୍ଡଗୁଡିକ ଘର ଫ୍ରିଜରେ ଥିବା ବେଳେ ଅଫତାବ ଉକ୍ତ ମହିଳା ଡାକ୍ତରଙ୍କୁ ଘରକୁ ଡାକିଥିଲା ବୋଲି ପୁଲିିସ କହିଛି । ବମ୍ବଲ ଆପରେ ଅଫତାବ ଶ୍ରଦ୍ଧାଙ୍କ ସହ ଯୋଗାଯୋଗରେ ଆସିଥିଲା ସେହି ସମାନ ଆପ୍ରେ ଉକ୍ତ ଡାକ୍ତରଙ୍କ ସହ ସମ୍ପର୍କରେ ଆସିଥିଲା । ପୁଲିସ ଉକ୍ତ ଯୁବତୀଙ୍କୁ ଯୋଗାଯୋଗ କରିବା ପରେ ସେ ଜଣେ ଫିଜିଓଥେରାପିଷ୍ଟ ଥିବା ଜଣାପଡିଛି । ପୁଲିସ ଉକ୍ତ ଯୁବତୀଙ୍କ ଡାକି ପଚରାଉରା କରିବ ବୋଲି ସୂଚନା ମିଳିଛି । ଅଫତାବ ଏବଂ ଶ୍ରଦ୍ଧା ଦିଲ୍ଲୀ ଯାଇଥିବା ବେଳେ ସେଠାରେ ଭେଟିଥିବା ବଦ୍ରୀ ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଆଣି ପଚରାଉଚରା କରୁଥିବା ସୂଚନା ମଳିଛି ।