କନକ ବ୍ୟୁରୋ : ମାହାଙ୍ଗା କୁସୁପୁରରେ ହତ୍ୟାର ଡେମୋ ଦେଖାଇଲା ଅଭିଯୁକ୍ତ । କେମିତି ପାଂଚ ପାଂଚ ଜଣଙ୍କୁ ହତ୍ୟା କଲା ୪୫ ମିନିଟି ଧରି ସେଦିନର ପୁରା କାହାଣୀକୁ ପୁଲିସ ଆଗରେ ଦେଖାଇଛି ଶିବ ପ୍ରସାଦ ସାହୁ । ଅଭିଯୁକ୍ତ ଦେଖାଉଥିବା ଡେମୋର ୨ଟି ଭିଡିଓ ଗ୍ରାର୍ଫି କରାଯାଇଛି । ଏହା ସହ କ୍ରାଇମ ସ୍ପଟରୁ ଜୁଡ଼ୁବୁଡ଼ୁ ପୋଷାକ ସହ ଘରର ତାଲା ଭାଙ୍ଗିଥିବା ଶାବଳକୁ ଉଦ୍ଧାର କରିଛି ପୋଲିସ । ଏହା ପରେ କୁସୁପୁର ସ୍ଥିତ ଅଭିଯୁକ୍ତକୁ ତାର ଶ୍ୱଶୁର ଘରକୁ ନେଇଥିଲା ପୋଲିସ ।

Advertisment

ଘଟଣା ଦିନ ବଡ଼ ଭାଇର ପୁରା ପରିବାରକୁ ହତ୍ୟା କରିବା ପରେ ଶଶ୍ୱୁର ଘରକୁ ଆସିଥିଲା ଅଭିଯୁକ୍ତ ଶିବ । ତେଣୁ ଶିବକୁ ତାର ଶଶ୍ୱୁର ଘରକୁ ଆଣିଥିଲା ପୋଲିସ । ଏହା ପରେ ଥାନାକୁ ନେଇଯାଇଛି ପୋଲିସ । ସେଦିନର ଘଟଣାବଳୀ କହୁଥିବା ବେଳେ ଘଟଣାସ୍ଥଳରେ ଏସପି, ଏସଡିପିଓ ଓ ମାହାଙ୍ଗା ଥାନା ଅଧିକାରୀ ଉପସ୍ଥିତ ଥିଲେ । ସୁରକ୍ଷାକୁ ଦୃ୍ଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଆଜି ଅଭିଯୁକ୍ତ ଶିବ ପ୍ରସାଦର ରିମାଣ୍ଡର ଦ୍ୱିତୀୟ ଦିନ ।