ଚର୍ଚ୍ଚିତ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ପଜିଟିଭ୍ । ସୋସିଆଲ ମିଡିଆ ମାଧ୍ୟମରେ ଦେଲେ ସୂଚନା । କିଛିଦିନ ପୂର୍ବରୁ ବୟଫ୍ରେଣ୍ଡ ରଣବୀର କପୁର ବି ହୋଇଥିଲେ କରୋନା ସଂକ୍ରମିତ

94

କନକ ବ୍ୟୁରୋ : ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ କରୋନାର ଲୋଲୁପ ଦୃଷ୍ଟି ବଲଉଡ ଉପରେ ପଡିିଛି । ଗତକାଲି ବଶିଷ୍ଟ ସଂଗୀତକାର ବାପ୍ପୀ ଲହରୀ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଥିଲା ଓ ଆଜି ଚର୍ଚ୍ଚିତ ଅଭିନେତ୍ରୀ ତଥା ବଲିଉଡର ନାମିଦାମି ପ୍ରଯୋଜକ ମହେଶ ଭଟ୍ଟଙ୍କ ଝିଅ ଆଲ୍ଲିଆ ଭଟ୍ଟ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ଏନେଇ ଆଲିଆ ଇନଷ୍ଟ୍ରାଗ୍ରାମ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି କି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ନିଜକୁ ସଂଗରୋଧରେ ରଖିଛନ୍ତି । ଏହାସହ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ପାଳନ କରୁଛନ୍ତି । କହିରଖୁ କି କିଛିଦିନ ଆଗରୁ ଆଲିଆଙ୍କ ବୟଫ୍ରେଣ୍ଡ ରଣବୀର କପୁର ବି କରୋନାରେ ସଂକ୍ରମିତ ହୋଇଥିଲେ ।