କନକ ବ୍ୟୁରୋ : ଟିକାନେଲେ କମିଯାଉଛି କରୋନା ସଂକ୍ରମଣ ଆଶଙ୍କା । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଲୋକ ଟିକା ନେଇଛନ୍ତି, ସେମାନଙ୍କ ମଧ୍ୟରୁ ମାତ୍ର ୦.୧୩ % ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୧ କୋଟି ୨୪ ଲକ୍ଷ ୯୧ ହଜାର ୫୦୨ ଜଣ କରୋନା ଟିକା ନେଇଛନ୍ତି । ତେବେ ଏମାନଙ୍କ ଭିତରୁ ମାତ୍ର ୧୬ ହଜାର ୯୬୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।
- ଟିକା ନେବା ପରେ କରୋନା ସଂକ୍ରମଣ ନେଇ ତଥ୍ୟ ସଂଗ୍ରହ କରିବାକୁ ଏକ କମିଟି ଗଠନ ହୋଇଛି
- କମିଟି ଜିଲ୍ଲାସ୍ତରରୁ ଏହି ବ୍ୟକ୍ତିମାନଙ୍କ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦେଉଛି
- ରାଜ୍ୟରେ ୧ କୋଟି ୪୩ ଲକ୍ଷ ୭୭ ଜଣଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବାବେଳେ ସଂକ୍ରମିତ ୯,୧୫୪
- ସେହିପରି ୨୪ ଲକ୍ଷ ୪୮ ହଜାର ୪୨୫ ଦ୍ୱିତୀୟ ଡୋଜ୍ ଟିକା ନେଇଥିବାବେଳେ ସଂକ୍ରମିତ ୭,୮୦୬
- ତେବେ ଟିକା ନେବାର ୧୪ ଦିନ ପରେ ଯେଉଁମାନେ କରୋନା ସଂକ୍ରମିତ ହେଉଛନ୍ତି ତାହାକୁ ବ୍ରେକ-ଥ୍ରୁ ସଂକ୍ରମଣ କୁହାଯିବ
- ତେଣୁ ଦୁଇଟି ଡୋଜ୍ ଟିକା ନେଇ କେତେଜଣ ସଂକ୍ରମିତ ହୋଇଛନ୍ତି, ତାର ସଂଶୋଧିକ ତାଲିକା ପ୍ରକାଶ ପାଇବ