କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି । ଗତ କିଛି ଦିନ ହେଲା ପ୍ରତ୍ୟକ ଦିନ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ । ତେବେ ଏଭଳି ସ୍ଥିତି କେତେ ଦିନ ପର୍ଯ୍ୟନ୍ତ ଲାଗି ରହିବ, ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଡାକ୍ତର । ବରିଷ୍ଠ ଡାକ୍ତର ନୀରଜ ମିଶ୍ରଙ୍କ ମତ ଅନୁସାରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଏବେ ପିକରେ ଅଛି କରୋନା । ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ରହିପାରେ ପିକ୍ ।
ସେହିପରି ଡାକ୍ତର ସିଦ୍ଧାର୍ଥ ସାହୁ କହିଛନ୍ତି, ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱର ମହାନଗର ନିଗମ ରହିଛି । ଏଠି ଘରୋଇ କ୍ଲିନିକଠାରୁ ଆରମ୍ଭ କରି ଅନେକ ସେଂଟରରେ ଟେଷ୍ଟ ହୋଇପାରୁଛି । ତେଣୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଉ ମାସେ ଏଭଳି ପରିସ୍ଥିତି ରହିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/1-44.jpg)