ଏକ ଆରଟିଆଇ ରିପୋର୍ଟ ମୁତାବକ ରେଲବାଇ ପାଖରେ ଏଭଳି କୌଣସି ରିପୋର୍ଟ ନାହିଁ ଯେଉଁଥିରେ ଜଣାପଡିବ ଯେ ପ୍ରଧାନମନ୍ତ୍ରୀ ମୋଦି ପିଲାଦିନେ ଷ୍ଟେସନରେ କିମ୍ବା ଟ୍ରେନରେ ଚା’ ବିକୁଥିଲେ । କଂଗ୍ରେସ୍ ସମର୍ଥକ ତଥା ସାମାଜିକ କାର୍ଯ୍ୟକର୍ତ୍ତା ତହସିନ୍ ପୁନାୱାଲା ଆରଟିଆଇ ଜରିଆରେ ଏହାର ବିବରଣୀ ମାଗିଥିଲେ । ଯେ କ’ଣ କୌଣସି ରେକର୍ଡ ,ରେଜିଷ୍ଟ୍ରେସନ୍ ନମ୍ବର କିମ୍ବା ମୋଦିଙ୍କୁ ଷ୍ଟେସନରେ କିମ୍ବା ଟ୍ରେନରେ ଚା ବିକ୍ରି କରିବା ପାଇଁ ଅଧିକାରୀକ ପାସ୍ ଉପଲବ୍ଧ ରହିଛି କି ନାହିଁ । ତେବେ ରେଳବାଇ ମୁତାବକ ଏଭଳି କୌଣସି ରେକର୍ଡ କିମ୍ବା ପାସ୍ ଅଧିକାରୀଙ୍କ ପାଖରେ ନାହିଁ ।
୨୦୧୪ ମସିହା ନିର୍ବାଚନରେ ନରେନ୍ଦ୍ର ମୋଦି ନିଜକୁ ଜଣେ ଚା ବିକାଳୀ କହିଥିଲେ । ସେ ସେତେବେଳେ କହିଥିଲେ ଯେ ପିଲାବେଳେ ସେ ଟ୍ରେନ୍ ଏବଂ ଷ୍ଟେସନରେ ଚା’ବିକ୍ରି କରୁଥିଲେ । ତେବେ ନିର୍ବାଚନ ପରେ ମଧ୍ୟ ସେ ନିଜକୁ ଚା’ବାଲା ହିଁ କହୁଥିଲେ । ତେବେ ଆପଣଙ୍କୁ କହିରଖୁଛୁ କିଛି ଦିନ ତଳେ ପିଏମ୍ ମୋଦିଙ୍କ ସଂଘର୍ଷମୟ କାହାଣୀକୁ ଏକ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଥିଲା ଯାହାର ନାଁ ଥିଲା “ଚଲୋ ଜିତେ ହେଁ” । ୩୨ ମିନିଟର ଏହି ସିନେମାରେ ‘ନାରୁ’ ନାମକ ଏକ ଛୋଟ ପିଲାର ସଂଘର୍ଷକୁ ଦର୍ଶାଯାଇଛି । ଏହି ଫିଲ୍ମକୁ ରାଷ୍ଟ୍ରପତୀ ଭବନଠାରୁ ଆରମ୍ଭ କରି ମୋଦିଙ୍କ ସଂସଦୀୟ କ୍ଷେତ୍ର ବିଦ୍ୟାଳୟରେ ମଧ୍ୟ ଦେଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/Tea-Modi.jpg)
/kanak/media/post_attachments/wp-content/uploads/2018/11/chai-wala-300x169.jpg)