କନକ ବ୍ୟୁରୋ: ପ୍ରବଳ ବାତ୍ୟାର ରୂପ ନେଲାଣି ସାମୁଦ୍ରିକ ବାତ୍ୟା ୟାସ୍ । ସଂଧ୍ୟା ସୁଦ୍ଧା ଏହା ଅତି ପ୍ରବଳ ବାତ୍ୟାର ରୂପ ନେବ । ବର୍ତମାନ ଏହି ବାତ୍ୟା ପାରାଦୀପ ଠାରୁ ୨୨୦ କିମି ଦୂରରେ ରହିଛି । ବଙ୍ଗୋପସାଗରରେ ଏହା ଭୀଷଣ ବାତ୍ୟା ଅକାରରେ ଘଂଟାକୁ ୧୬ କିଲୋମିଟର ବେଗରେ ଉତର ଓଡିଶା ଆଡକୁ ଆସୁଛି । ଏହା ପାରାଦୀପରୁ ୨୨୦ କିଲୋମିଟର ଓ ବାଲେଶ୍ୱରରୁ ୩୩୦ କିଲୋମିଟର ଦୂରରେ ରହିଛି । ପଶ୍ଚିମବଙ୍ଗ ନିକଟ ସାଗର ଦୀପ ଠାରୁ ୩୨୦ କିମି ଦୂରରେ ରହିଛି । ତେବେ କାଲି ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ପ୍ରତି ଘଂଟା ରହିପାରେ ।
ପବନ ଝଟକା ଘଂଟା ପ୍ରତି ୧୮୫ କିଲୋମିଟରକୁ ମଧ୍ୟ ଯାଇପାରେ । ବାତ୍ୟା ୟାସ୍ କେଉଁଠି ସ୍ଥଳଭାଗ ଛୁଇଁବ ତାର ଆକଳନକୁ ପରିବର୍ତନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ଜାରି କରିଥିବା ବୁଲେଟିନ୍ରେ ବାତ୍ୟା ଚାନ୍ଦବାଲିରୁ ଧାମରା ବନ୍ଦର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବୋଲି କୁହଯାଇଛି ।
ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଧାମରାର ଦକ୍ଷିଣ ଏବଂ ଚାନ୍ଦବାଲିର ଉତର ପଟକୁ ଏହା ସ୍ଥଳଭାଗ ଛୁଇଁପାରେ । ଆସନ୍ତାକାଲି ସକାଳ ସୁଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ବର୍ତମାନ ପାରାଦୀପ ଓ ଗୋପାଳପୁରର ଡପଲର ରାଡାରରୁ ବାତ୍ୟା ୟାସ୍ ଉପରେ ସର୍ତକ ନଜର ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/27-4.jpg)