ଓଡ଼ିଶାରେ ବଢ଼ୁଛି କରୋନା ସଂଖ୍ୟା । ଏପଟେ ବିରଜା ପାଞ୍ଜିର ଆକଳନ, ଓଡ଼ିଶାରେ କମିବ କରୋନା ସଂକ୍ରମଣ ।

479

କନକ ବ୍ୟୁରୋ: ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ନିକଟରେ ପାଂଜି ପାଠ କରାଯାଇଛି । ବର୍ଷତମାମ ଯାହା ଘଟିବ ତାହାର ଅନୁମାନ ଏହି ପାଂଜିରେ ଉଲ୍ଲେଖ କରାଯାଇଛି । ବିରଜା ପାଞ୍ଜିର ଗଣନା କହୁଛି, ଏ ବର୍ଷ ମହାମାରୀ କରୋନା ପ୍ରକୋପ କମିବ ।

ଦୋଳ ପୂଣ୍ଣିମାରେ ବିରଜାଙ୍କ ଜ୍ୟୋତିଷ ସେବକମାନଙ୍କ ଦ୍ୱାରା ପ୍ରସ୍ତୁତ ନୂତନ ବିରଜା ପାଂଜିରେ ଏଭଳି ଗଣନା କରାଯାଇଛି । ପୀଠର ସେବକ ଜ୍ୟୋତିଷ ଦ୍ୱାରା ବହୁ ପୁରାତନ କାଳରୁ ମା ବିରଜାଙ୍କର ନୂଆ ପାଂଜି ଦୋଳ ପୂଣ୍ଣିମାରେ ପାଠ କରାଯାଇ ଆସୁଅଛି । ଏଥିରେ ୧୨ ଟି ରାଶିର ଗ୍ରହ ନକ୍ଷତ୍ର ଚଳନ ସହ ଦେଶ ଓ ରାଜ୍ୟର ଭବିଷ୍ୟତ ଗଣନା କରାଯାଏ । ଗଣନା ଅନୁସାରେ. ଦୋଳ ପରେ ଦେଶ ଓ ରାଜ୍ୟରେ କରୋନା ପ୍ରକୋପ କମିବ ।

ଯାଜପୁର ଜିଲ୍ଲା ସମେତ କିଛି ପଡୋଶୀ ଜିଲ୍ଲାରେ ମା ବିରଜାଙ୍କ ପାଂଜି ପ୍ରଚଳିତ ହୋଇଥିବା ପରମ୍ପରା ରହିଛି । ଏବେ ନୂଆ ପାଞ୍ଜିର ଗଣନା ଅନୁସାରେ, ଏବର୍ଷ ବାତ୍ୟା, ବନ୍ୟା ଓ ବର୍ଷା ସହ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ । ରାଜନୈତିକ ସ୍ଥିରତା ରହିବା ସହ କୃଷି ଉତ୍ପାଦନ ବଢିବ ।ଦୋଳ ପୂଣିମାରେ ମା ବିରଜାଙ୍କ ବିଜେ ପ୍ରତିମାଙ୍କୁ ଦୋଳ ମଣ୍ଡପରେ ସୂତନ୍ତ୍ର ପୂଜାର୍ଚନା କରାଯାଇ ସେବାୟତମାନେ ବିରଜା ପାଂଜି ପଠନ କରିଥାନ୍ତି । ଏେ ବିରଜା ପାଞ୍ଜିର ପଠନ ସରିଥିବା ବେଳେ ଅପେକ୍ଷା ଓଡିଆ ନବବର୍ଷରୁ ପାଂଜି ପ୍ରଚଳନକୁ ।