କନକ ବ୍ୟୁରୋ: ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ନିକଟରେ ପାଂଜି ପାଠ କରାଯାଇଛି । ବର୍ଷତମାମ ଯାହା ଘଟିବ ତାହାର ଅନୁମାନ ଏହି ପାଂଜିରେ ଉଲ୍ଲେଖ କରାଯାଇଛି । ବିରଜା ପାଞ୍ଜିର ଗଣନା କହୁଛି, ଏ ବର୍ଷ ମହାମାରୀ କରୋନା ପ୍ରକୋପ କମିବ ।
ଦୋଳ ପୂଣ୍ଣିମାରେ ବିରଜାଙ୍କ ଜ୍ୟୋତିଷ ସେବକମାନଙ୍କ ଦ୍ୱାରା ପ୍ରସ୍ତୁତ ନୂତନ ବିରଜା ପାଂଜିରେ ଏଭଳି ଗଣନା କରାଯାଇଛି । ପୀଠର ସେବକ ଜ୍ୟୋତିଷ ଦ୍ୱାରା ବହୁ ପୁରାତନ କାଳରୁ ମା ବିରଜାଙ୍କର ନୂଆ ପାଂଜି ଦୋଳ ପୂଣ୍ଣିମାରେ ପାଠ କରାଯାଇ ଆସୁଅଛି । ଏଥିରେ ୧୨ ଟି ରାଶିର ଗ୍ରହ ନକ୍ଷତ୍ର ଚଳନ ସହ ଦେଶ ଓ ରାଜ୍ୟର ଭବିଷ୍ୟତ ଗଣନା କରାଯାଏ । ଗଣନା ଅନୁସାରେ. ଦୋଳ ପରେ ଦେଶ ଓ ରାଜ୍ୟରେ କରୋନା ପ୍ରକୋପ କମିବ ।
ଯାଜପୁର ଜିଲ୍ଲା ସମେତ କିଛି ପଡୋଶୀ ଜିଲ୍ଲାରେ ମା ବିରଜାଙ୍କ ପାଂଜି ପ୍ରଚଳିତ ହୋଇଥିବା ପରମ୍ପରା ରହିଛି । ଏବେ ନୂଆ ପାଞ୍ଜିର ଗଣନା ଅନୁସାରେ, ଏବର୍ଷ ବାତ୍ୟା, ବନ୍ୟା ଓ ବର୍ଷା ସହ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ । ରାଜନୈତିକ ସ୍ଥିରତା ରହିବା ସହ କୃଷି ଉତ୍ପାଦନ ବଢିବ ।ଦୋଳ ପୂଣିମାରେ ମା ବିରଜାଙ୍କ ବିଜେ ପ୍ରତିମାଙ୍କୁ ଦୋଳ ମଣ୍ଡପରେ ସୂତନ୍ତ୍ର ପୂଜାର୍ଚନା କରାଯାଇ ସେବାୟତମାନେ ବିରଜା ପାଂଜି ପଠନ କରିଥାନ୍ତି । ଏେ ବିରଜା ପାଞ୍ଜିର ପଠନ ସରିଥିବା ବେଳେ ଅପେକ୍ଷା ଓଡିଆ ନବବର୍ଷରୁ ପାଂଜି ପ୍ରଚଳନକୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/03/vlcsnap-2021-03-29-21h35m21s102.png)