କନକ ବ୍ୟୁରୋ: ବର୍ଷା ଦିନରେ ମିଳିଛି ଆବାସ ଗୃହ ନିର୍ମାଣ କାର୍ଯ୍ୟାଦେଶ । ଏବେ କେମିତି ନିର୍ମାଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କାମ । ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ହିତାଧିକାରୀ । ବର୍ଷା ଦିନରେ ଗୃହ ନିର୍ମାଣ ସାମଗ୍ରୀ ଓ ଶ୍ରମିକଙ୍କ ଅଭାବ ଯୋଗୁଁ ୪ ମାସରେ କାମ ସାରିବା ଏକ ପ୍ରକାର ଅସମ୍ଭବ ବୋଲି ଅଭିଯୋଗ କରିଛନ୍ତି ହିତାଧିକାରୀ । ସେପଟେ ପ୍ରଶାସନ କହିଛି, ନର୍ଦ୍ଧାରିତ ସମୟ ସୀମା ଭିତରେ ନିର୍ମାଣ କାମ ନସାରିଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶୀ ମିଳିବ ନାହିଁ । ତେଣୁ ନିର୍ମାଣ ସମୟ ସୀମା ବଢାଇବା ପାଇଁ ଦାବି କରିଛନ୍ତି ମଲାକାନଗିରି କାଲିମେଳା ବ୍ଲକର ହିତାଧିକାରୀ ।

Advertisment

ବର୍ଷା ଋତୁରେ ହିତାଧିକାରୀଙ୍କୁ ମିଳିଛି ଆବାସ କାର୍ଯ୍ୟାଦେଶ । ମାଲାକନଗିରି ଜିଲ୍ଲାରେ ପ୍ରାୟ ୨ ବର୍ଷ ପରେ ଆବାସ ଯୋଜନାରେ ୨୨,ହଜାର ୭୭ ହିତାଧିକାରୀଙ୍କ ନାଁ ଚୟନ ହୋଇଛି । ୧୭ ହଜାର ୨୦ ଜଣଙ୍କୁ କାର୍ଯ୍ୟାଦେଶ ମିଳିଛି । ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ଅଗ୍ରୀମ ଦେଇ ୪ ମାସରେ ଘର ତିଆରି କରି ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ନେବାକୁ କୁହାଯାଇଛି । ହେଲେ ବର୍ଷା ଦିନେ ଘର ତିଆରି କରିବା ସମ୍ଭବ ନୁହେଁ । କାରଣ ଏହି ସମୟରେ ଘର ତିଆରି ସାମଗ୍ରୀ ପ୍ରାୟତଃ ମିଳୁନାହିଁ, ଯାହା ମିଳୁଛି ୩ରୁ ୪ ଗୁଣା ଅଧିକ ଦରରେ ମିଳୁଛି । ଏହାସହ ଚାଷ କାମ ଚାଲିଥିବାରୁ ଶ୍ରମିକ ମଧ୍ୟ ମିଳୁନାହାନ୍ତି । ତେଣୁ ଘର ତିଆରି ସମୟ ସୀମା ବଢାଇବାକୁ ଦାବି କରିଛନ୍ତି କାଲିମେଳା ଏମ୍ଭି ୮୮ ଗାଁର ହିତାଧିକାରୀ ।

ଆବାସ ତିଆରିକୁ ନେଇ ଚିନ୍ତାରେ ପଡିଛନ୍ତି ମାଲକାନଗିରି ଏମଭି ୮୧ ଗ୍ରାମର ପ୍ରଭାତୀ କୀର୍ତନିଆ । ସ୍ୱାମୀଙ୍କ ମୃତ୍ୟୁ ପରେ ଆବାସ ଟିଏ ପାଇଁ ବ୍ଲକ ଅଫିସକୁ ବାରମ୍ବାର ଦୌଡିବା ପରେ ପ୍ରଭାତୀଙ୍କୁ କାର୍ଯ୍ୟାଦେଶ ମିଳିଛି । ହେଲେ ବର୍ଷା ଦିନେ ଘର ତିଆରିକୁ ନେଇ ସେ ଚିନ୍ତାରେ ପଡିଛନ୍ତି । ସେପଟେ ବର୍ଷା ଦିନରେ କାର୍ଯ୍ୟାଦେଶ ବାଂଟିିବା ରାଜ୍ୟ ସରକାରଙ୍କ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ମାଲକାନଗିରି ବିଧାୟକ ।

ଆବାସ ଯୋଜନାରେ ହିତାଧାକାରୀଙ୍କୁ ୧ ଲକ୍ଷ ୩୦ ହଜାର ସହ ପ୍ରୋତ୍ସାହନ ରାଶି ଦେବାର ବ୍ୟବସ୍ଥା ରହିଛି । ଏହାସହ ୪ ମାସରେ କାମ ସାରିଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଓ ୬ ମାସରେ କାମ ସରିଲେ ୧୦ ହଜାର ଟଙ୍କା ବୋନସ ଦିଆଯିବା ବ୍ୟବସ୍ଥା ରହିଛି । ତେବେ ବର୍ଷା ଦିନେ କାର୍ଯ।।ଦେଶ ମିଳିଲେ ହିତାଧିକାରୀ କେମିତି ଘର ନିର୍ମାଣ ସାରି ପ୍ରାତ୍ସାହନ ରାଶି ପାଇବେ ତାକୁ ନେଇ ପ୍ରଶ୍ନ ଉଠିଛି ।