କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ କମାଣ୍ଡର ଓଲଟି ଜଣେ ମୃତ, ୩ ଗୁରୁତର ହୋଇଛନ୍ତି । ସାପ୍ତାହିକ ହାଟରୁ ଖଇରପୁଟ ଆସୁଥିବା ବେଳେ ଅଣ୍ଡ୍ରାହଲ ନିକଟରେ ତଳକୁ ଖସିପଡ଼ିଥିଲା ଯାତ୍ରୀ ବୋଝେଇ କମାଣ୍ଡର । ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ଘାଟି ତଳକୁ ପଡ଼ିଯାଇଥିବା ୩ ଗୁରୁ୍ତରଙ୍କୁ ଉଦ୍ଧାର କରି ଖଇରପୁଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ଗାଁଲୋକ । ସେଠାରେ ୩ ଗୁରୁତରଙ୍କ ଚିକିତ୍ସା ଚାଲିଛି ।
ବଣ୍ଡାଘାଟିରେ ଓଲଟିଲା କମାଣ୍ଡର । ଜଣେ ମୃତ, ୩ ଗୁରୁତର ।
/kanak/media/post_attachments/wp-content/uploads/2024/02/4-38.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)