କନକ ବ୍ୟୁରୋ: ଏସିଆନ୍ ଆଫ୍ରିକାନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଏସିସିଆଇ) ଓଡିଶା ଚାପ୍ଟରର ସମ୍ମିଳନୀ ଏବଂ ଏକ୍ସପୋ ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନ୍ ବାଟିକାରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଶେଷ ଦିନରେ ମୁଖ୍ୟ ଅତିଥି ପ୍ରଦିମ୍ମ ଚୈଦିରି ସିଡ଼ି ବିର ଡିଜିଏମ ଅଂଶ ଗ୍ରହଣ କରିବା ସହ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ପରେ ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ ଏବଂ ତାଙ୍କ ସହ କର୍ଣ୍ଣେଲ ତଥା ଏନସିସି ଡ଼ାଇରେକ୍ଟର ସାଗର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିରିହାନ୍‌ ଆଲମେଚ୍ କିଡ଼ାନୁ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଇଭେଣ୍ଟରେ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମର ଆଗ ଧାଡିର ୮ ଜଣ ବରିଷ୍ଠ ସାମ୍ବାଦିକକୁ ସମ୍ୱର୍ଦ୍ଧନା କରାଯାଇଛି । ଏହି ସମ୍ମିଳନୀରେ ଏସିଆ ଏବଂ ଇଥୁପିଆ, ଇରାନ , ମାଲେସିଆ, ସିଙ୍ଗାପୁର , ଜାମ୍ବିଆ ସାଉଥ ଆଫ୍ରିକା , ସିଙ୍ଗାପୁର ଏବଂ ଅନ୍ୟ ଆଫ୍ରିକାନ ଦେଶରୁ ବହୁତ ଡିପ୍ଲାମାଟ୍ ଯୋଗ ଦେଇଥିଲେ । ତା ସହ ଏହି ଇଭେଣ୍ଟରେ ତିନି ଦିନ ଧରି ଷ୍ଟଲ ପଡ଼ିଥିଲା । ଏହି ଷ୍ଟଲରେ ମୁଖ୍ୟ ଆକର୍ଷଣ କୋଜେନଙ୍କର ପ୍ରଡକ୍ଟ ସୋଲାର ବହୁତ ଆକର୍ଷଣ ଥିଲା । ଏହି ଇଭେଣ୍ଟ ପରିଚାଳନା କରିଥିଲେ ସଭାପତି ଲିତା ମହାପାତ୍ର, ଉପ ସଭାପତି ରାଜେନ୍ଦ୍ର ପରିଡ଼ା, ଜୟେଣ୍ଟ ସେକ୍ରେଟେରି ସୁସ୍ମିତା ମହାନ୍ତି, ମେଡିକାଲ ଚେୟାର ପର୍ସନ ଗରିମା ସରୋଗି, ଗୌରବ ରାହାଲାନ । ସମସ୍ତଙ୍କ ସହଯୋଗରେ ତିନି ଦିନିଆ ଏହି ଇଭେଣ୍ଟଟି ଶେଷ ହୋଇଥିଲା ।