ନୂଆପଡ଼ାରେ କାର ବାଇକ ଧକ୍କା ; ବାପ, ପୁଅ ମୃତ, ଝିଅର ଅବସ୍ଥା ଗୁରୁତର । ରାୟଗଡ଼ା ଅମ୍ବାଦଳାରେ କଲର୍ଭଟ ତଳକୁ ଖସିଲା କାର; ଜଣେ ମୃତ, ୩ଗୁରୁତର ।

180

କନକ ବ୍ୟୁରୋ: ସକାଳୁ ସକାଳୁ ବିଭିନ୍ନ ସ୍ଥାନରୁ ଆସିଛି ମର୍ମନ୍ତୁଦ ଦୁର୍ଘଟଣାର ଖବର । ନୂଆପଡା ସିନାପାଲି ଥାନା ଅନ୍ତର୍ଗତ କାପସି ବରଗାଁ ରାସ୍ତାରେ କାର- ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଚଚରାଭଟା ଗାଁର ୬୨ ବର୍ଷିୟ ଅନ୍ତରାମ ତାଣ୍ଡି ଓ ତାଙ୍କ ୨୮ ବର୍ଷିୟ ପୁଅ ଲିଙ୍ଗରାଜ ତାଣ୍ଡିଙ୍କ ମୃତ୍ୟୁ ହୋଇଛି । ଝିଅ ବେଲମତି ତାଣ୍ଡି ଗୁରୁତର ଅବସ୍ଥାରେ ନୂଆପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଦୁର୍ଘଟଣା ଗ୍ରସ୍ତ କାର ଡ୍ରାଇଭର ଫେରାର ରହିଥିବା ବେଳେ ସିନାପାଲି ପୁଲିସ ତଦନ୍ତ କରୁଛି ।

ସେପଟେ ରାୟଗଡା ଜିଲ୍ଲାରେ କଲଭର୍ଟ ତଳକୁ ଖସିପଡିଛି କାର । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବନ୍ଧଗୁଡା ଗାଁ ନିକଟରେ ଏକ କାର ଭାରସ୍ୟାମ ହରାଇ କଲଭର୍ଟ ତଳକୁ ଖସି ପଡିଛି । ଫଳରେ ଏଭଳି ଏକ ଦୁର୍ଘଟଣା ଘଟିଛି । ମୃତକଙ୍କ ପୋଷ୍ଟମର୍ଟମ ପାଇଁ ପଠା ଯାଇଥିବା ବେଳେ ଗୁରୁତରଙ୍କ ଚିକିତ୍ସା ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ।