ବାଲେଶ୍ୱର ବାହାନଗାରେ ଟ୍ରେନ୍ ଧକ୍କାରେ ଦୁଇ ଯୁବକ ମୃତ । ସେପଟେ ପୁରୀରୁ ରଥଯାତ୍ରା ଦେଖି ଫେରିବା ୨ ଯୁବକ ମୃତ, ୯ ଆହତ ।

ବାଲେଶ୍ୱର ବାହାନଗାରେ ଟ୍ରେନ୍ ଧକ୍କାରେ ଦୁଇ ଯୁବକ ମୃତ । ସେପଟେ ପୁରୀରୁ ରଥଯାତ୍ରା ଦେଖି ଫେରିବା ୨ ଯୁବକ ମୃତ, ୯ ଆହତ ।

କନକ ବ୍ୟୁରୋ: ଟ୍ରେନ୍ ଧକ୍କାରେ ଚାଲିଗଲା୨ ଯୁବକଙ୍କ ଜୀବନ। ବାଲେଶ୍ୱର ଜିଲ୍ଲା ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଏପରି ଘଟଣା ଘଟିଛି। ଅନ୍ୟପଟେ ପୁରୀ-ହାୱଡ଼ା ଏକ୍ସପ୍ରେସ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଆଜି ସକାଳେ ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଯୁବକ ଦ୍ୱୟଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଜିଆରପିକୁ ଖବର ଦେଇଥିଲେ। ଜିଆରପି ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।

ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି, ମୃତ ଦୁଇ ଜଣ ହେଲେ ଆରୁଆବାଡ ଗାଁର ୩୫ ବର୍ଷିୟ ଯୁବକ ରାକେଶ କୁମାର ପାଢୀ ଓ ବାରିପଦା ଗାଁରେ ୨୫ ବର୍ଷିୟ ରତିକାନ୍ତ ସାହୁ । ଦୁହେଁ ଏକ ଆପାଚି ଗାଡିରେ ଆସୁଥିବା ବେଳେ ଦାଣ୍ଡହରିପୁର ନିକଟରେ ରେଳ ଫାଟକ ପଡିଥିବାରୁ ଦୁହେଁ ଠିଆ ହୋଇଥିଲେ । ହଠାତ୍ ପଛରେ ବସିଥିବା ରାକେଶ ଆତ୍ମହତ୍ୟା ପାଇଁ ଟ୍ରେନ୍ ଆଗକୁ ଦୌଡି ଯାଇଥିବା ବେଳେ, ରତିକାନ୍ତ ତାଙ୍କୁ ଅଟକାଇବାକୁ ଯାଇଥିଲେ । ଏହି ସମୟରେ ପୁରୀରୁ ହାୱଡା ଅଭିମୁଖେ ଯାଉଥିବା ପୁରୀ ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଉଭୟଙ୍କୁ ଧକ୍କା ଦେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe