ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ନେଲା ୬ ଜୀବନ: କୋରାପୁଟ ବୋରିଗୁମ୍ମାରେ ଅଟୋକୁ ପିଟିଲା ସ୍କର୍ପିଓ, ୩ ମୃତ

276

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି । କୋରାପୁଟ ଓ ଗଂଜାମ ଜିଲ୍ଲାରେ ହୋଇଥିବା ଆସିକାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବିଜାପୁର ଛକ ନିକଟରେ ଅଟୋ ସ୍କର୍ପିଓ ଧକ୍କା ହେବାରୁ ଚାଲିଗଲା ୩ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ରହିଥିବା ସୂଚନା ମିଳିଛି । ସେହିପରି ଦୁର୍ଘଟଣାରେ ୧୩ଜଣ ଗୁରୁତର ହୋଇଥିବା ମଧ୍ୟ ଜଣାପଡ଼ିଛି । ସେଥିମଧ୍ୟରୁ ୪ ଜଣଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାକି ୯ଜଣ ବୋରିଗୁମ୍ମା ମେଡିକାଲରେ ଭର୍ତି ହୋଇଛନ୍ତି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ଜଣଙ୍କ ମୃତଦେହ ହସ୍ପିଟାଲରେ ପଡ଼ି ରହିଛି । ଘଟଣାସ୍ଥଳରେ ବୋରିଗୁମ୍ମା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ଆସିକା ଖଡ଼ଭାଗ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍- ଭ୍ୟାନ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୩ଜଣ ମୃତ୍ୟୁ ହୋଇଥିବା ବେଳେ କିଛି ଜଣ ଆହତ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଜଣେ ମହିଳା ଅଛନ୍ତି । ପିକଅପ୍ ଭ୍ୟାନରେ ଚାପି ହୋଇ କିଛି ସମୟ ରହିଥିଲା ମୃତଦେହ । ଘଟଣା ସ୍ଥଳରେ ଆସିକା ପୋଲିସ, ଅଗ୍ନିଶମବାହିନୀ ମୃତକଙ୍କୁ ପିକ୍ଅପ୍ ଭ୍ୟାନ କାଯି ଉଦ୍ଧାର କରିଥିଲେ । ଉଦ୍ଧାର ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବସଟି ଆସିକାରୁ ବ୍ରହ୍ମପୁରରୁ ଆସିକା ଅଭିମୁଖେ ଯାଉଥିବା ବେଳେ ପିକ୍ଅପ୍ ଭ୍ୟାନ ଆସିକାରୁ ବ୍ରହ୍ମପୁର ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା ।