କନକ ବ୍ୟୁରୋ : ଓଡ଼ିଶାରେ ବଢ଼ୁଛି ଦୁର୍ଘଟଣାଜନିତ ମୃତ୍ୟୁ । ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳ ଏସପିମାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ । ଟ୍ରାଫିକ ଓ କମିଶନରେଟ୍ ପୋଲିସ୍ ସମେତ ଆଂଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକୁ ଚିଠି ଲେଖି ଦୁର୍ଘଟଣା କମାଇବା ଓ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ପାଇଁ ସତର୍କ କରାଇଛନ୍ତି ।
- ୨୦୨୦ ତୁଳନାରେ ଓଡ଼ିଶାରେ ଦୁର୍ଘଟଣାଜନିତ ମୃତ୍ୟୁ ୭.୨୪ ପ୍ରତିଶତକୁ ବଢ଼ିଛି
- ୨୦୨୧ ବର୍ଷରେ ରାଜ୍ୟରେ ୧୦ହଜାର ୯ଶହ ୮୪ ସଡ଼କ ଦୁର୍ଘଟଣା ଘଟିଛି
- ସେଥିରୁ ୫ହଜାର ୮୧ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ୯ହଜାର ୭ଶହ ୮୨ ଜଣ ଆହତ ହୋଇଛନ୍ତି
- ୨୦୧୪ରେ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ୩୯୩୧ ଥିଲା
- ୨୦୨୧ରେ ଏହା ପାଖାପାଖି ୨୯ ପ୍ରତିଶତ ବୃଦ୍ଧି ପାଇଛି
- ରାଜ୍ୟରେ ବିଶେଷକରି ଗଜପତି, ଝାରସୁଗୁଡ଼ା, ବୌଦ୍ଧ ଓ ରାୟଗଡ଼ାରେ ଦୁର୍ଘଟଣାଜନିତ ମୃତ୍ୟୁ ୨୫ ପ୍ରତିଶତରୁ ଅଧିକ ରହିଛି
- ସେହିପରି କେନ୍ଦୁଝର, ଗଂଜାମ, ସୁନ୍ଦରଗଡ଼, ବାଲେଶ୍ୱର, ମୟୂରଭଂଜ, ଯାଜପୁର, ଖୋର୍ଦ୍ଧା ଓ କଟକରେ ୨୦୦ରୁ ଅଧିକ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି
- ଦୁର୍ଘଟଣାକୁ କମାଇବା ପାଇଁ ଏପ୍ରିଲ୍ ୧, ୨୦୨୨ରୁ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଛି