ଢେଙ୍କାନାଳ ପରଜଙ୍ଗରେ ଗଭୀର କୂଅ ସଫା କଲା ବେଳେ ଅଘଟଣ। ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ

ଢେଙ୍କାନାଳ ପରଜଙ୍ଗରେ ଗଭୀର କୂଅ ସଫା କଲା ବେଳେ ଅଘଟଣ। ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ଢେଙ୍କାନାଳ ପରଜଙ୍ଗରେ ଅଘଟଣ । ସରକିଶୋରପାଳ ଗାଁରେ ଗଭୀର କୂଅ ସଫା କଲା ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ସରକିଶୋରପାଳ ଗାଁର ଶଶିଭୂଷଣ ସାହୁ ଓ ଭଜମନ ସାହୁ । ସୂଚନା ଅନୁସାରେ ଶଶୀଭୂଷଣଙ୍କ କୂଅକୁ ଉଭୟ ଶଶୀଭୂଷଣ ଓ ଭଜମନ ସଫା କରୁଥିବା ବେଳେ ଅସାବଧାନତା କାରଣରୁ ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe