କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ । ନାତିକୁ ଦେଖିବା ପାଇଁ ଡାକ୍ତରଖାନା ଯିବା ବାଟରେ ଦୁର୍ଘଟଣାରେ ଅଜା-ଆଈଙ୍କ ମୃତ୍ୟୁ ହୋଇଛି । ଆଠଗଡ଼ ଡାକ୍ତରଖାନାରେ ନାତି ଚିକିତ୍ସିତ ହେଉଥିବା ବେଳେ ଢେଙ୍କାନାଳ ସଦର ଥାନା ଝୁମ୍ପୁଡିଆ ଅଞ୍ଚଳରୁ ବାଇକରେ ଆସୁଥିଲେ ଅଜା-ଆଇ । ଆଉ କିଛି ବାଟ ପରେ ଡାକ୍ତରଖାନାରେ ପହଞ୍ଚିଥାନ୍ତେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ଆଠଗଡ଼ ଥାନା ଚିରୁଗୁଡ଼ିଆ ଶୀତଳଭଣ୍ଡାର ନିକଟରେ ଅଜଣା ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।