କନକ ବ୍ୟୁରୋ: ରାସ୍ତା ଉପରେ ଜଳିଗଲା ମାରୁତି ଭ୍ୟାନ୍ । ଅଳ୍ପକେ ବର୍ତିଲେ ପାଲା କଳାକାର । ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ବାଘମାରୀ ବଜାରରେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ କିଛି ପାଲା କଳାକାର ବୋଲଗଡ଼ରୁ ଜଗତପୁର ଯାଉଥିବା ବେଳେ ବାଘମାରି ନିକଟରେ ଗାଡ଼ିଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗାଡିରୁ ଓହ୍ଲାଇପଡିଥିଲେ । କିଛି ସମୟ ପରେ ଗାଡ଼ିରୁ ଆପେ ଆପେ ଧୂଆ ବାହାରି ହୁତୁହୁତୁ ହୋଇ ଜଳିଉଠିଥିଲା ।

Advertisment

ବାଘମାରି ବଜାର ଉପରେ ଏହି ଘଟଣାଟି ଘଟିଥିବା ବେଳେ ବାଘମାରି ପୋଲିସ ପହଞ୍ଚିବା ସହ ବେଗୁନିଆ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ଗାଡ଼ିରେ ଯାଉଥିବା ସମସ୍ତ ୭ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।