କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ନିକଟ ବ୍ରାହ୍ମଣୀ ନଦୀ ଉପରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇଟି ମୋଟର ସାଇକେଲ୍ କୁ ଧକ୍କା ଦେଲା ସ୍କର୍ପିଓ ଗାଡି । ଜଣେ ବାଇକ ଚାଳକ ବ୍ରିଜ ଉପରେ ଛିଟିକି ପଡିଲେ, ତ ଅନ୍ୟ ଜଣେ ଖସି ପଡିଲେ ନଦୀ ଭିତରକୁ । ଗୁରୁତର ଅବସ୍ଥାରେ ଦୁଇ ବାଇକ୍ ଚାଳକଙ୍କୁ ଉଦ୍ଧାର କରିଛି ଦମକଳ ବାହିନୀ ଓ ପରଜଙ୍ଗ ପୋଲିସ ।
ଦୁର୍ଘଟଣା ପରେ ବ୍ରିଜ ଉପରେ ସ୍କର୍ପିଓ ଗାଡି ଛାଡି ଚାଳକ ଫେରାର ହୋଇଯାଇଛି । ନଦୀ ଭିତରକୁ ଖସି ପଡିଥିବା ବାଇକ୍ ଚାଳକଙ୍କୁ ଦମକଳ ବାହିନୀ ଉଦ୍ଧାର କରିଛନ୍ତି । ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି । ଘଟଣାର ତଦନ୍ତ କରୁଛି ପରଜଙ୍ଗ ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/20-20.jpg)