କନକ ବ୍ୟୁରୋ : ନୀଳଗିରି ବାରକୋଇଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବ୍ୟାଙ୍କ ଖାତା ଆଣିବା ପାଇଁ ସନ୍ତରାଗଡ଼ିଆରୁ ବିଦୁ ଅଭିମୁଖେ ଯିବା ବେଳେ ଘଟିଛି ଦୁର୍ଘଟଣା । ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଛି ବାଇକ୍ । ଦୁର୍ଘଟଣାରେ ବାଇକ ଚାଳକ ପ୍ରଶାନ୍ତ ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ପ୍ରଶାନ୍ତ ବେହେରା ଗୁରୁତର ଆହତ ହୋଇଛନ୍ତି । ପ୍ରଶାନ୍ତଙ୍କୁ ଈଶ୍ୱରପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଗାଡ଼ି ଜବତ କରି ଘଟଣାର ତଦନ୍ତ କରୁଛି ।
ସେହିପରି ଯାଜପୁର ରୋଡରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକ ସହ ପିଟି ହୋଇ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । କଳିଙ୍ଗ ନଗରରେ ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଖି ବୁଝିଛନ୍ତି ଆଉଜଣେ ବାଇକ୍ ଆରୋହୀ । ଦୁର୍ଘଟଣା ଘଟାଇଥିବା ଟ୍ରକ ଫେରାର ହୋଇଯାଇଛି । ମୃତକମାନେ ଦାନଗଦି ଅଂଚଳର ବୋଲି ଜଣାପଡିଛି । ସେପଟେ ଖଲ୍ଲିକୋଟରେ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/Untitled-1-23.jpg)