ଗୋପାଳପୁରରେ ମଝି ସମୁଦ୍ରରେ ଦୁର୍ଘଟଣା । କୁହୁଡି ଯୋଗୁଁ ସମୁଦ୍ର ଭିତରେ ଡଙ୍ଗାକୁ ପିଟିଲା ଡଙ୍ଗା । ୪ ଆହତ, ୧୮ ମତ୍ସ୍ୟଜୀବୀ ଉଦ୍ଧାର

Advertisment
ଗୋପାଳପୁରରେ ମଝି ସମୁଦ୍ରରେ ଦୁର୍ଘଟଣା । କୁହୁଡି ଯୋଗୁଁ ସମୁଦ୍ର ଭିତରେ ଡଙ୍ଗାକୁ ପିଟିଲା ଡଙ୍ଗା । ୪ ଆହତ, ୧୮ ମତ୍ସ୍ୟଜୀବୀ ଉଦ୍ଧାର

କନକ ବ୍ୟୁରୋ: ମଝି ସମୁଦ୍ରରେ ଦୁର୍ଘଟଣା । ଗୋପାଳପୁର ନିକଟ ସମୁଦ୍ର ଭିତରେ ଡଙ୍ଗାକୁ ପିଟିଲା ଡଙ୍ଗା । ଉଚ୍ଚ ଲହଡି କାରଣରୁ ସମୁଦ୍ର ଭିତରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ୧୮ ମତ୍ସ୍ୟଜୀବୀ ଉଦ୍ଧାର, ୪ ଜଣ ଆହତ ହୋଇଛନ୍ତି । ମାଛ ଧରିବାକୁ ଯାଇଥିବା ଧୀବରଙ୍କ ଜାଲ ଏହି ଦୁର୍ଘଟଣାରେ ନଷ୍ଟ ହୋଇଯାଇଛି । ନଷ୍ଟ ହୋଇଥିବା ଜାଲର ମୂଲ୍ୟ ଲକ୍ଷେରୁ ଅଧିକ ଟଙ୍କା ବୋଲି ଜଣାପଡିଛି ।

publive-image

ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୫ଟା ବେଳେ ଗୋପାଳପୁରରେ ଏକ ଡଙ୍ଗାରେ କେତେକ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ। କିଛି ବାଟ ଗଲା ପରେ ଅପର ଦିଗରୁ ଅନ୍ୟ ଏକ ଡଙ୍ଗା ଗୋପାଳପୁର ସମୁଦ୍ର କୂଳକୁ ଫେରୁଥିଲା। ହେଲେ ଘନ କୁହୁଡ଼ି ଯୋଗୁ ଦୁଇ ଡଙ୍ଗାର ନାବିକମାନେ ପରସ୍ପରକୁ ଦେଖିପାରି ନଥିଲେ। ଫଳରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲେ। ଦୁଇଟିଯାକ ଡଙ୍ଗା ଓଲଟି ପଡ଼ିଥିଲା।

publive-image

ଫଳରେ ଗୋଟିଏ ଡଙ୍ଗା ଦି’ଫାଳ ହୋଇଥିବା ଜଣାଯାଇଛି। ତେବେ ସେଥିରେ ଥିବା ଦଉଡ଼ି ସାହାଯ୍ୟରେ ମତ୍ସ୍ୟଜୀବୀମାନେ ପହଁରି ପହଁରି କୂଳକୁ ଚାଲି ଆସିଥିଲେ।ଗୋଟିଏ ଡଙ୍ଗାରେ ୧୦ ଜଣ ଓ ଅନ୍ୟଟିରେ ୮ ଜଣ ମତ୍ସ୍ୟଜୀବୀ ଥିବାର ସୂଚନା ମିଳିଛି। ଏହି ଅଘଟଣରେ ଲକ୍ଷାଧିକ ଟଙ୍କାର ଜାଲ ନଷ୍ଟ ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe