ଘନ କୁହୁଡି ହୋଇଥାନ୍ତା କାଳ । ବିଳମ୍ବିତ ରାତିରେ ଧକ୍କା ହେଲା ହରିୟାଣା ଉପ-ମୁଖ୍ୟମନ୍ତ୍ରୀଙ୍କ କାରକେଡ, ଅଳ୍ପକେ ବର୍ତ୍ତିଗଲେ ଦୁଷ୍ୟନ୍ତ ।

ଘନ କୁହୁଡି ହୋଇଥାନ୍ତା କାଳ । ବିଳମ୍ବିତ ରାତିରେ ଧକ୍କା ହେଲା ହରିୟାଣା ଉପ-ମୁଖ୍ୟମନ୍ତ୍ରୀଙ୍କ କାରକେଡ, ଅଳ୍ପକେ ବର୍ତ୍ତିଗଲେ ଦୁଷ୍ୟନ୍ତ ।

କନକ ବ୍ୟୁରୋ : କୁହୁଡି ପାଲଟିଥାନ୍ତା କାଳ । ଅଳ୍ପକେ ବର୍ତ୍ତିଗଲେ ହରିୟାଣାର ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା । ହରିୟାଣାର ହିସାରରେ ଘନ କୁହୁଡି ଯୋଗୁଁ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ହରିୟାଣା ଉପ-ମୁଖ୍ୟମନ୍ତ୍ରୀ । ହିସାରରୁ ସିରସା ଯାଉଥିବା ବେଳେ ରାସ୍ତାରେ ଦୁଷ୍ୟନ୍ତଙ୍କ କାରକେଡ ପରସ୍ପରକୁ ଧକ୍କା ଦେଇଥିଲେ । ବିଳମ୍ବିତ ରାତ୍ରୀରେ ଏହି ଦୁର୍ଘଟଣା ହୋଇଥିଲା । ଆଉ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଦୁଷ୍ୟନ୍ତ । ତେବେ କାରକେଡରେ ସାମିଲ ଥିବା ପୋଲିସ କର୍ମୀ ଆହତ ହୋଇଛନ୍ତି । କାରକେଡରେ ଥିବା ପୋଲିସର ବୋଲେରୋ ଅଚାନକ ବ୍ରେକ ମାରିବା କାରଣରୁ ପରସ୍ପର ମଧ୍ୟ ଗାଡି ଧକ୍କା ହୋଇଥିଲା ।

ଏହାର ଗୋଟିଏ ଦିନ ପୂର୍ବରୁ ହରିୟାଣାର ଗୃହମନ୍ତ୍ରୀ ଅନୀଲ ବିଜଙ୍କ ଗାଡି କେଏମପି ଏକ୍ସପ୍ରେସ ୱେରେ ଖରାପ ହୋଇଥିଲା । ତେବେ ସୌଭାଗ୍ୟବସତଃ ଅଳ୍ପକେ ବର୍ତ୍ତି ଯାଇଥିଲେ ଗୃହମନ୍ତ୍ରୀ ଅନୀଲ ବିଜ୍ । ଆମ୍ବଲାରୁ ଗୁରୁଗ୍ରାମ ଯାଉଥିବା ବେଳେ ଏହି ଘଟଣା ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe