ଟିକଟକ ନେଲା ଜୀବନ ! ତାରା ତାରିଣୀରୁ ଫେରିବା ବେଳେ ଦୁର୍ଘଟଣାରେ ଭିଣୋଇ ମୃତ, ଶଳା ଗୁରୁତର । ଭାଇରାଲ ହେଲା ମୃତ୍ୟୁ ପୂର୍ବର ଟିକଟକ ଭିଡିଓ
କନକ ବ୍ୟୁରୋ: ଦୁର୍ଘଟଣାରେ ଭିଣୋଇଙ୍କ ଜୀବନ ଚାଲିଗଲା, ଶଳାର ଜୀବନ ଅଳ୍ପକେ ବର୍ତ୍ତିଗଲା । ତାରା ତାରିଣୀ ଦର୍ଶନ ସାରି ଗୋଟିଏ ବାଇକରେ ଫେରିବା ବେଳେ ରାସ୍ତାରେ ହୋଇଥିଲା ଦୁର୍ଘଟଣା । ଯେଉଁଥିରେ ବାଇକ ଚଳାଉଥିବା ଭିଣୋଇର ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ଶଳା ଗୁରୁତର ହୋଇଛନ୍ତି । ତେବେ ରାସ୍ତା ଉପରେ ଚଳନ୍ତା ବାଇକରେ ସେଲ୍ଫି ଓ ଟିକଟକ କରିବା ଫଳରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଗଞ୍ଜାମ ଗୋଳନ୍ଥଥା ଥାନା ହଳଦିଆପଦର ଗାଁର ଶିବଶଙ୍କର ସାହୁ (ଭିଣୋଇ) ଏବଂ ଶିବ ପାତ୍ର (ଶଳା) ଗତକାଲି ତାରାତାରିଣୀ ବୁଲିବାକୁ ବାଇକରେ ଯାଇଥିଲେ । ଆଉ ଠାକୁର ଦର୍ଶନ ସାରି ଫେରିବା ବାଟରେ ଟିକଟକ କରିବା ସହ ରାସ୍ତା ସାରା ମୋବାଇଲରେ ସେଲ୍ଫି ନେଇଥିଲେ । ବାଇକ ପଛପଟେ ଶଳା ବସି କରୁଥିବା ଟିକଟକରେ ଭିଣୋଇ ମଝିରେ ମଝିରେ ଆକ୍ସନ ବି କରୁଥିଲେ । ଏମିତି ୮ରୁ ୯ଟି ଭିଡିଓ କରି ପୋଷ୍ଟ କରିଥିବା ବେଳେ ଅନ୍ୟମନସ୍କରେ ଭାରସାମ୍ୟ ହରାଇ ଟ୍ରକ ପଛପଟେ ପିଟି ଦେଇଥିବା ସନ୍ଦେହ କରାଯାଉଛି ।
କାରଣ ଦୁର୍ଘଟଣା ପୂର୍ବରୁ ଭାଇରାଲ ହୋଇଥିବା ସବୁତକ ଟିକଟକ ଭିଡିଓରେ ଶଳା ଭିଣୋଇ ଦୃତ ଗତିରେ ଗାଡି ଚଲାଇବା ସମୟରେ ହିଁ ଟିକଟକ କରିଥିଲେ । ଆଉ ଏହି ଦୁର୍ଘଟଣାଜନିତ ମୁତ୍ୟୁର କାରଣ ଟିକଟକ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ସେପଟେ ଦୁର୍ଘଟଣାର ପ୍ରକୃତ କାରଣ କଣ ହୋଇଥାଇ ପାରେ ବୋଲି ତଦନ୍ତ ଚଳାଇଛି ପୋଲିସ ।