କନକ ବ୍ୟୁରୋ : ସଡ଼କ ଦୁର୍ଘଟଣା ନେଲା ଜୀବନ । ପୃଥକ ପୃଥକ ଦୁଇଟି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ କୁରାଡ଼ମଲ୍ଲ ଛକରେ ଦୁଇ ବାଇକ୍ ଆରୋହୀଙ୍କୁ ଟ୍ରକ୍ ପିଟି ଦେବାକୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଦୁଇଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭିର୍ତି ହୋଇଛନ୍ତି । ବାଇକ୍ ଆରୋହୀମାନେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ ।
ମୃତକଙ୍କ ପରିଚୟ ମିଳିନଥିବା ବେଳେ ଟ୍ରକ୍ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି । ସେହିପରି ବାଲେଶ୍ୱର ନୂଆସାହି ରାମେଶ୍ୱର ମନ୍ଦିର ନିକଟରେ କ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କ୍ରେନ୍ଟି ଏକ ଅଟୋ ସହ ଧକ୍କା ହୋଇଥିଲା, ଆଉ ଏଥିରେ ବଳିପଡ଼ିଯାଇଥିଲେ ସ୍କୁଟିରେ ଆସୁଥିବା ୨ ଆରୋହୀ । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।