ବଲାଙ୍ଗୀର ଟିଟଲାଗଡ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଗଛରେ ପିଟିହେଲା ଦ୍ରୁତଗାମୀ ଇନୋଭା କାର; ୨ ମୃତ

79

କନକ ବ୍ୟୁରୋ : ବଲାଙ୍ଗୀର-ଟିଟଲାଗଡ ରାସ୍ତାର ସାଗରପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ, ୨ ଜଣ ଗୁରୁତର ହୋଇଛନ୍ତି । ନବରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବା ଇନୋଭା ଗାଡିଟି ସାଗରପାଲି ଛକ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଡ୍ରାଇଭର ସମେତ ୨ ଜଣ ଗୁରୁତରଙ୍କୁ ପୋଲିସ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତି କରାଇଛି । ମୃତକଙ୍କ ମଧ୍ୟରୁ ଜଣେ ଏସବିଆଇ ମ୍ୟାନେଜର ବୋଲି ଜଣାପଡିଛି । ଅନ୍ୟ ମୃତକଙ୍କ ପରିଚୟ ମିଳିପାରିନି । ପୋଲିସ ଏନେଇ ତଦନ୍ତ କରୁଛି ।