ସ୍ଥାନ ଏକ, ଦୁର୍ଘଟଣା ଅନେକ….ପ୍ରଥମେ ଓଲଟିଲା ଗ୍ୟାସ ଟ୍ୟାଙ୍କର : ପରେ ପଲଟିଲା ପୋଲିସ ଭ୍ୟାନ; ଏବେ ମାଲବାହୀ ଟ୍ରକ ଦୁର୍ଘଟଣାଗ୍ରସ୍ତ

ଟ୍ରକ ପାର୍କିଂ ବେଳେ ଓଲଟି ପଡିବାରୁ ଡ୍ରାଇଭରଙ୍କ ମୃତ୍ୟୁ

474

କନକ ବ୍ୟୁରୋ : ସ୍ଥାନ ଏକ ହେଲେ ଦୁର୍ଘଟଣା ଅନେକ । ଛତ୍ରପୁରର ତାମ୍ପରା ଠାରେ ଆଜି ଯେଉଁଠି ଗ୍ୟାସ ଟ୍ୟାଙ୍କର ଓଲଟିଥିଲା ସେହି ସ୍ଥାନରେ ତିନି ତିନିଟି ଦୁର୍ଘଟଣା ଘଟିଲାଣି । କିଛି ସମୟ ତଳେ ମିଳିଥିବା ସୂଚନା ଅନୁସାରେ ଏକ ମାଲବାହୀ ଟ୍ରକ ଓଲଟିପଡିବାକୁ ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଗ୍ୟାସ ଟ୍ୟାଙ୍କର ଓଲଟିପଡିବାରୁ ରାସ୍ତାକୁ ସିଳ କରି ଗ୍ୟାସ ଖାଲି କରିବାକୁ ପ୍ରୟାସ ଚଳାଇଛି ପ୍ରଶାସନ ।

ଆଉ ଏତିକି ବେଳେ ରାସ୍ତାର ଉଭୟ ପଟେ ଶହ ଶହ ଗାଡି ଅଟକି ରହିଛି । ତେବେ ଏହି ମାଲବାହୀ ଟ୍ରକଟିକୁ ସାଇଡ କରିବାକୁ ଗଲାବେଳେ ଭାରସାମ୍ୟ ହରାଇ ଟ୍ରକଟି ଓଲଟିପଡିଥିଲା । ଏହା ପୂର୍ବରୁ ଆଜି ସକାଳେ ଉଦ୍ଧାର କରିବାକୁ ଯାଇଥିବା ପୁଲିସ ଭ୍ୟାନ ମଧ୍ୟ ପଲଟିଯାଇଥିଲା । ଏଥିରେ ୫ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ୩ଜଣ ଗୁରୁତର ଅଛନ୍ତି । ସେପଟେ ଟ୍ୟାଙ୍କରରୁ ଗ୍ୟାସ ଖାଲି କରିବା ପାଇଁ ସମଗ୍ର ଛତ୍ରପୁର ସହରରେ ବିଜୁଳି କାଟ କରାଯାଇଛି । ଗ୍ୟାସ ଟ୍ୟାଙ୍କର ଓଲଟି ଥିବା ସ୍ଥାନରେ ଅଗ୍ନିଶମ ବାହିନୀ, ଜିଲ୍ଲାପାଳ, ପୁଲିସ ଉପସ୍ଥିତ ଅଛନ୍ତି ।