ଭାରସାମ୍ୟ ହରାଇ ଓଲଟିଲା ବସ୍ । ୫୦ ଯାତ୍ରୀଙ୍କ ମଧ୍ୟରୁ ୧୫ ଗୁରୁତର । ପଦ୍ମପୁର ବୁଡେନ୍ ସୁଲିଆ ନିକଟରେ ଦୁର୍ଘଟଣା ।

614

କନକ ବ୍ୟୁରୋ: ବରଗଡ଼ ପଦ୍ମପୁର ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ୧୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବସରେ ଥିବା ଯାତ୍ରୀ ମାନେ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ପରେ ନୃସିଂହନାଥଙ୍କୁ ଦର୍ଶନ କରି ଛତିଶଗଡ଼ ବରୋଦା ଫେରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ସକାଳୁ ସକାଳୁ ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡିଥିବା ବେଳେ ଏଥିରେ ଥିବା ୧୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।