କନକ ବ୍ୟୁରୋ: ପୋଲ ତଳକୁ ଖସିଲା ଟ୍ରକ । ଭଦ୍ରକ ୧୬ନମ୍ବର ଜାତୀୟ ରାଜପଥ ଗେଲପୁର ନିକଟରେ ବ୍ରିଜ ତଳକୁ ଖସିଲା କଦଳୀ ବୋଝେଇ ଟ୍ରକ । କଟକରୁ ବାଲେଶ୍ୱର ଯାଉଥିବା ବେଳେ କଦଳୀ ବୋଝେଇ ଟ୍ରକ ଗେଲପୁର ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡ଼ିଛି । ଦୁର୍ଘଟଣାରେ ଗୁରୁତର ହୋଇଥିବା ଟ୍ରକ ଡ୍ରାଇଭର ଓ ହେଲପରକୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି ।