କନକ ବ୍ୟୁରୋ : ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଲାଇଭ ଭିଡିଓ । ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତିଯାଇଛନ୍ତି ବୋଲେରୋ ଚାଳକଙ୍କ ସହ ୪ ଯାତ୍ରୀ । ମୟୁରଭଞ୍ଜ ଜିଲ୍ଲା ବାରିପଦା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ କେସିପୁର ନିକଟରେ ଏକ କ୍ଷୀର ବୋଝେଇ ଟ୍ୟାଙ୍କର ଏକ ବୋଲେରୋକୁ ଧକ୍କା ଦେବା ଫଳରେ ବୋଲେରୋଟି ରାସ୍ତାର ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା । ହେଲେ ଦୁର୍ଘଟଣାରେ କେବଳ ଡ୍ରାଇଭରଙ୍କୁ ସାମାନ୍ୟ ଆଘାତ ଲାଗିଥିବା ବେଳେ ଅନ୍ୟ ଯାତ୍ରୀଙ୍କ କୌଣସି କ୍ଷତି ହୋଇନଥିଲା । ଦୁର୍ଘଟଣା ବେଳର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଲାଇଭ ଭିଡିଓ : ଅଳ୍ପକେ ବର୍ତ୍ତିଲେ ବୋଲେରୋ ଚାଳକଙ୍କ ସହ ୪ ଯାତ୍ରୀ
/kanak/media/post_attachments/wp-content/uploads/2021/06/vlcsnap-2021-06-27-13h49m27s502.png)