ଟଙ୍କିକିଆ ଚାଉଳ ନେଇ ଫେରିବା ବେଳେ କୋରାପୁଟରେ ଦୁର୍ଘଟଣା । ତେନ୍ତୁଳିପଦର ନିକଟରେ ଓଲଟିଲା ଟ୍ରାକ୍ଟର : ୨୪ ଆହତ , ୭ ଗୁରୁତର ଲକ୍ଷ୍ମଣ ନାୟକ ଡାକ୍ତରଖାନାରେ ଭର୍ତି

91

କନକ ବ୍ୟୁରୋ : ସରକାରଙ୍କ ଟଙ୍କିକିଆ ଚାଉଳ ନେଇ ଘରକୁ ଫେରିବା ବେଳେ ଅଘଟଣ । କୋରାପୁଟ ଜିଲ୍ଲା ନାରାୟଣ ପାଟଣା ବ୍ଲକ ତେନ୍ତୁଲିପଦର ନିକଟରେ ଭାରସାମ୍ୟ ହରାଇ ଓଲଟିଗଲା ଟ୍ରାକ୍ଟର । ଦୁର୍ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି । ୭ ଜଣଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତଙ୍କୁ ନାରାୟଣ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ଦୁର୍ଘଟଣାରେ ଆହତ ସମସ୍ତେ ଯୁଡିଯାମ୍ବ ଓ ନାରଗାଁ ବୋଲି ଜଣାପଡିଛି । ଆଜି ତେନ୍ତୁଲିପଦର ପଂଚାୟତରୁ ଟଙ୍କିକିଆ ଚାଉଳ କିଣି ଏକ ଟ୍ରାକ୍ଟର ଡାଲାରେ ଲୋଡ କରି ଗାଁକୁ ଫେରୁଥିଲେ । ଘାଟି ଚଢିବା ସମୟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିଥିଲା । ଡାଲାରେ ବସିଥିବା ଲୋକେ ରାସ୍ତା କଡକୁ ଛିଟିକି ପଡିଥିବା ବେଳେ କିଛି ଲୋକଙ୍କ ଉପରେ ଚାଉଳ ବସ୍ତ ଚାପି ହୋଇଯାଇଥିଲା । ଖବର ପାଇ ଟ୍ରାକ୍ଟର ମାଲିକ, ପୁଲିସ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଇଥିଲେ ।