କେନ୍ଦୁଝର ଯୋଡାରେ ଅଘଟଣ: ପ୍ୟାଣ୍ଟ ପକେଟରେ ଥିବା ଅବସ୍ଥାରେ ଫାଟିଗଲା ମୋବାଇଲ

1,466

କନକ ବ୍ୟୁରୋ: କେନ୍ଦୁଝର ଯୋଡ଼ା ଥାନା ବିଛାକୁଣ୍ଡି ଗାଁରେ ଅଘଟଣ । ମୋବାଇଲ ଫାଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କ ଜଙ୍ଘ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ତାଙ୍କୁ ଯୋଡ଼ା ଟିସ୍କୋ ମେଡିକାଲରେ ଭର୍ତି କରାଯାଇଛି । ଆହତ ଯୁବକ ହେଲେ ବିଛାକୁଣ୍ଡି ଗାଁର ବିଷ୍ଣୁ ମହନ୍ତି । ପ୍ୟାଂଟ୍ ପକେଟରେ ମୋବାଇଲ ରଖିଥିବା ବେଳେ ହଠାତ ବ୍ୟାଟେରି ଫାଟି ଯାଇଥିଲା । ବିସ୍ଫୋରଣ ଯୋଗୁଁ ଗୋଡ଼ର ଗଭୀର ଆଘାତ ଲାଗିଛି । ତେବେ ମୋବାଇଲ ବ୍ୟାଟେରି ଫାଟିବାର କାରଣ ଜଣାପଡ଼ି ନାହିଁ । ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ମୋବାଇଲ ବ୍ୟାଟେରି ଫାଟି ଅନେକ ଲୋକ ଆହତ ହୋଇଛନ୍ତି ଏବଂ କିଛି ଲୋକଙ୍କ ଜୀବନ ମଧ୍ୟ ଯାଇଛି ।