ଯାତ୍ରାପଡିଆର ନିଦ୍ରା ହେଲା ଶେଷନିଦ୍ରା : ମା’ ଓ ପୁଅ ଉପରେ ମାଡିଗଲା ଟ୍ରକ; ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪ଜଣ

698

କନକ ବ୍ୟୁରୋ : କାମାକ୍ଷାନଗରରେ ଲୋମଟାଙ୍କୁରା ଘଟଣା । ଯାତ୍ରାପଡିଆର ନିଦ୍ରା ହେଲା ଶେଷନିଦ୍ରା । ମା-ପୁଅ ଉପରେ ମାଡିଗଲା ଟ୍ରକ । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪ ଜଣ । ପରଜଙ୍ଗ ମେଡିକାଲରେ ମା’ର ମୃତ୍ୟୁ ହୋଇଥିବା ବେଳେ ପୁଅର ମୃତ୍ୟୁ କାମାକ୍ଷାନଗର ମେଡିକାଲରେ ହୋଇଛି । ମହାବିରୋଡ ଥାନା କୁଟୁରିଆ ଯାତ୍ରା ପଡିଆରେ ଶୋଇଥିବା ବେଳେ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ।

ମୃତକ ହେଲେ ମାଆ ରୁନୁ ପ୍ରଧାନ ଓ ପୁଅ ଲିପୁ ପ୍ରଧାନ । ଯାତ୍ରାପଡିଆରେ ବିଳମ୍ବିତ ରାତିରେ ରୁନୁ ପ୍ରଧାନ ତାଙ୍କର ମାଆ ଚିତ୍ର ପ୍ରଧାନ, ପୁଅ ଲିପୁ ପ୍ରଧାନଙ୍କ ସମେତ ୨ଟି ଛୁଆ ଓ କିଛି ଦୂରରେ ସ୍ୱାମୀ ତ୍ରିନାଥ ପଧାନ ଶୋଇଥିଲେ । ଶୋଇଥିବା ବେଳେ ଟ୍ରକଟି ମାଆ ଓ ପୁଅ ଉପରେ ଚଢିଯାଇଥିଲା । ତେବେ ଚିକିତ୍ସା ପାଇଁ ଉଭୟଙ୍କୁ କାମାକ୍ଷାନଗର ଓ ପରଜଙ୍ଗ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ଦୁହିଁଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଟ୍ରକଟି ଫେରାର ହୋଇଯାଇଛି ।

ଏମାନେ ସମସ୍ତଙ୍କ ଘର ବେଲବସନ୍ତ ଗ୍ରାମରେ ହୋଇଥିବା ବେଳେ ସେମାନେ ମୂଲ କରିବା ସହ ବିଭିନ୍ନ ଗ୍ରାମକୁ ଯାଇ ଘରଘର ବୁଲି ମାଗିକରି ଚଳିଥାନ୍ତିଏବଂ ରାତିରେ ଆସି ଏହି ଯାତ୍ରା ପଡିଆରେ ଶୋଇ ଥାଆନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।