ବ୍ରିଜ ତଳକୁ ଖସିପଡିଲା ଟ୍ରକ ! ଚାପି ହୋଇ ଗାଡି ମଧ୍ୟରେ ଅଛନ୍ତି ଡ୍ରାଇଭର ଓ ହେଲପର

କଳାହାଣ୍ଡିର ରାଜ୍ୟ ରାଜପଥ ନମ୍ବର ୧୬ର ତୁରକେଲା ବ୍ରିଜରୁ ଟ୍ରକ ନଦୀକୁ ଖସିପଡିଛି

303

କନକ ବ୍ୟୁରୋ : କଳାହାଣ୍ଡିର ରାଜ୍ୟ ରାଜପଥ ନମ୍ବର ୧୬ର ତୁରକେଲା ବ୍ରିଜରୁ ଟ୍ରକ ନଦୀକୁ ଖସିପଡିଛି । ଏଥିରେ ଟ୍ରକ ଡ୍ରାଇଭର ଓ ହେଲପର ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ କର୍ଲାପଡା ପୋଲିସ ପଂହଚି ଉଦ୍ଧାର କାମ ଜାରି ରଖିଛି । ଟ୍ରକ ଖଡିଆଳରୁ ଭବାନୀପାଟଣା ଆସୁଥିଲା । ଭାରସାମ୍ୟ ହରାଇ ଟ୍ରକ ବ୍ରିଜ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ତେବେ ଖବର ପାଇବା ପରେ ଘଟଣାସ୍ଥଳରେ ଅନେକ ଲୋକ ଏକତ୍ରୀତ ହୋଇଥିଲେ । କେମିତି ଦୁର୍ଘଟଣା ହେଲା ତାହା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ମିଳିଥିବା ସୂଚନା ଅନୁସାରେ, ରାସ୍ତାରେ ଯାଉଥିବା ସମୟରେ ଟ୍ରକଟି ଭାରସାମ୍ୟ ହରାଇ ନଦୀ ବ୍ରିଜରୁ ତଳକୁ ଖସିପଡିଥିବା ନେଇ ଅନୁମାନ କରାଯାଉଛି ।