ହାଇୱାକୁ ପଛପଟୁ ପିଟିଲା ଲୁହାପଥର ବୋଝେଇ ଟ୍ରକ୍ : ନିଆଁ ଲାଗି ଜଳିଗଲା ପୂରା ଟ୍ରକ୍, ଡ୍ରାଇଭର ଜୀବନ୍ତ ଦଗ୍ଧ

Advertisment
ହାଇୱାକୁ ପଛପଟୁ ପିଟିଲା ଲୁହାପଥର ବୋଝେଇ ଟ୍ରକ୍ : ନିଆଁ ଲାଗି ଜଳିଗଲା ପୂରା ଟ୍ରକ୍, ଡ୍ରାଇଭର ଜୀବନ୍ତ ଦଗ୍ଧ

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ୫୨୦ ଜାତୀୟ ରାଜପଥରେ ଅଭାବନୀୟ ଘଟଣା । ମଧ୍ୟରାତ୍ରିରେ ଏକ ଲୁହାପଥର ବୋଝେଇ ଟ୍ରକ ଆସୁଥିବା ବେଳେ ରାସ୍ତା କଡରେ ଛିଡା ହୋଇଥିବା ହାଇୱାକୁ ଧକ୍କା ଦେଇଥିଲା । ଫଳରେ ସଟ ସର୍କିଟ୍ ଯୋଗୁଁ ଟ୍ରକରେ ନିଆଁ ଲାଗି ଯାଇଥିଲା । ଦୁର୍ଭାଗ୍ୟବଶତଃ ଟ୍ରକ୍ ଭିତରେ ଥିବା ଡ୍ରାଇଭର ଆଉ ଗାଡିରୁ ବାହାରି ପାରି ନଥିଲେ ।

ଯାହା ଫଳରେ ଡ୍ରାଇଭର ଜଣଙ୍କର ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦମକଳ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇସାରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe