ଜୟପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍, ଗଲା ୬ ପରୀକ୍ଷାର୍ଥୀଙ୍କ ଜୀବନ

224

କନକ ବ୍ୟୁରୋ: ରାଜସ୍ଥାନ ଜୟପୁରର ଚାକସୁ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ପ୍ରାଣ ହରାଇଛନ୍ତି ୬ଜଣ ପରୀକ୍ଷାର୍ଥୀ ।ମୃତକ ରାଜସ୍ଥାନ ଏଲିଜିବିଲିଟି ଏକଜାମ ଫର ଟିଜର୍ସ(ଆରଇଇଟି) ପରୀକ୍ଷା ଦେବାକୁ ଯାଉଥିବା ଜଣାପଡିଛି ।

ସୂଚନା ମୁତାବକ, ରାଜପଥରେ ଏକ ମାଲବାହୀ ଟ୍ରକ୍ ଛିଡା ହୋଇଥିଲା । ଏହି ସମୟରେ ଏକ ଇକୋ ଭ୍ୟାନ୍ ତାକୁ ପଛପଟୁ ଧକ୍କା ଦେଇଥିଲା । ଏଥିରେ ୧୦ଜଣ ଯାତ୍ରୀ ଥିବାବେଳେ ୬ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟ ୪ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।ଏମାନେ ବାରାଙ୍ଗରୁ ସିକର ଯାଉଥିଲେ । ଆହତଙ୍କୁ ମହାତ୍ମା ଗାନ୍ଧୀ ହସ୍ପିଟାଲ ଓ ସୱାଇ ମାନସିଂହ ହସ୍ପିଟାଲରେ ଭତ୍ତି କରାଯାଇଛି ।

୨୬ ତାରିଖରେ ଆରଇଇଟି ପରୀକ୍ଷା ପାଇର୍ ରାଜ୍ୟରେ ୩୯୯୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏଥିପାଇଁ ସରକାରଙ୍କ କ୍ଷରୁ ଟ୍ରେନର ଓ ସ୍ର ସୁବିଧା ମଧ୍ୟ କରାଯାଇଥିବା ସୂଚନା ରହିଛି ।