ଅଶୁଭ ସୋମବାର : ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୧୦ ମୃତ

25

କନକ ବ୍ୟୁରୋ : ଅଶୁଭ ସୋମବାର । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଛି । ବୌଦ୍ଧ ସଗଡାବାଗ୍ ପ୍ରୋଜେକ୍ଟ କେନାଲରେ ଅଘଟଣ ଘଟି ୩ଜଣଙ୍କ ମୃତ୍ୟୁ ହୋଇଛି । ସଟର ଲଗାଇବା ବେଳେ କ୍ରେନ ତଳେ ଚାପି ଏମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ସହ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ସେହିପରି ବାରିପଦାରେ ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣା । କାର-ସ୍କଟି ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ମୃତକ ଓ ଆହତ ସମସ୍ତେ ରାସଗୋବିନ୍ଦ ଅଂଚଳର ବୋଲି ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ରାସଗୋବିନ୍ଦପୁର ଆମ୍ବାଡିହା ଗାଁର ବାଙ୍ଗବାଳନିକଟରେ ଦୁର୍ଘଟଣା ଘଟିଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିଛନ୍ତି ।

ସୁ୍ନ୍ଦରଗଡରେ ମଧ୍ୟ ହୋଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହେମଗିରି ଥାନା ବରପାଲି ଗାଁ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ୨ଟି ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଡ୍ରାଇଭର ଓ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଛି ।