ଯାଜପୁର ୫୩ ନମ୍ବର ଜାତୀୟ ରାଜପଥ ରଥିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା : ୩ ମୃତ, ୨ ଗୁରୁତର, ଭୁବନେଶ୍ୱରରୁ ମେଦିନୀପୁର ଯାଉଥିବାବେଳେ ଟ୍ରକକୁ ପିଟିଲା କାର୍

ଯାଜପୁର ୫୩ ନମ୍ବର ଜାତୀୟ ରାଜପଥ ରଥିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା : ୩ ମୃତ, ୨ ଗୁରୁତର,  ଭୁବନେଶ୍ୱରରୁ ମେଦିନୀପୁର ଯାଉଥିବାବେଳେ ଟ୍ରକକୁ ପିଟିଲା କାର୍

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଧର୍ମଶାଳ ଥାନା ରଥିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା କାର । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଭର୍ତି କରାଯାଇଛି । ମୃତକ ୩ଜଣ ପୁରୁଷ ଓ ଗୁରୁତର ଦୁଇ ଆହତ ଗାଡିର ଚାଳକ ଓ ଜଣେ ମହିଳା ।

ଏମାନେ ସମସ୍ତେ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ମେଦିନିପୁର ଯାଉଥିବା ବେଳେ ରଥିଆ ଛକ ନିକଟରେ ଦୁର୍ଘଟଣା ଘଟିିଛି । ଗୁରୁତର ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe